ବିଶ୍ୱର ୧ନଂ ଧନୀ ଏଲୋନ ମସ୍କଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା !

0
1064
Elon Musk sexually harassed a flight attendant in 2016 reports

ନୂଆ ବିବାଦରେ ଛନ୍ଦି ହୋଇଛନ୍ତି ବିଶ୍ୱର ସବୁଠୁ ଧନଶାଳୀ ବ୍ୟକ୍ତି ଏଲନ ମସ୍କ । ମସ୍କଙ୍କ ବିରୋଧରେ ଯୌନ ନିର୍ଯାତନା ଦେଇଥିବା ମାମଲା ଆସିଥିବାବେଳେ କେସର ଦଫାରଫା ପାଇଁ ୨୫୦ ହଜାର ଡଲାର ସ୍ପେସ ଏକ୍ସ ଦେଇଥିବା ନେଇ ଖବର ଆସିଛି । ସୂଚନା ଅନୁସାରେ, ୨୦୧୬ରେ ଗୋଟାଏ ବିମାନରେ ‘ସ୍ପେସ୍‌ଏକ୍ସ’ ଏବଂ ‘ଟେଲ୍‌ସା’ର ‘ସିଇଓ’ ଏଲନ୍‌ ମସ୍କ୍‌ଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିବା ଜଣେ ବିମାନ ପରିଚାରିକାଙ୍କୁ ଉକ୍ତ ଘଟଣା ପ୍ରଘଟ ନ କରିବାକୁ ୨,୫୦,୦୦୦ ଡଲାର୍‌ ଦିଆଯାଇଥିବା ରିପୋର୍ଟ ପ୍ରକାଶ ପାଇଛି।

‘ବିଜ୍‌ନେସ୍‌ ଇନ୍‌ସାଇଡର୍‌’ ରିପୋର୍ଟ ଅନୁସାରେ, ‘ସ୍ପେସ୍‌ଏକ୍ସ’ର ‘କର୍ପୋରେଟ୍‌ ଜେଟ୍‌ ଫ୍ଲିଟ୍‌’ରେ ପରିଚାରିକାଜଣକ ଚୁକ୍ତିଭିତ୍ତିରେ ଚାକିରି କରୁଥିଲେ। ‌ତାଙ୍କ ଅଭିଯୋଗ ଅନୁସାରେ, ମସ୍କ୍‌ ତାଙ୍କ ସମ୍ମୁଖରେ ପୋଷାକ ଓହ୍ଲାଇବା ସହ ବିନା ସମ୍ମତିରେ ତାଙ୍କ ଗୋଡ଼‌ରେ ଘଷିହୋଇଥିଲେ। ଏହାଛଡ଼ା, ତାଙ୍କୁ ଗୋଟାଏ ଘୋଡ଼ା କିଣି ଦେବେ ବୋଲି କହିଥିଲେ।

ପରିଚାରିକାଙ୍କର ଜଣେ ବନ୍ଧୁଙ୍କଦ୍ବାରା ସ୍ବାକ୍ଷରିତ ଏକ ଘୋଷଣାନାମାରେ ଉକ୍ତ ଘଟଣା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଇ-ମେଲ୍‌ ବିନିମୟ ଅନ୍ୟାନ୍ୟ ରେକର୍ଡକୁ ଆଧାର କରି ଏହି ଅଭିଯୋଗର ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରାଯାଇଛି ବ‌ୋଲି ‘ବିଜ୍‌ନେସ୍‌ ଇନ୍‌ସାଇଡର୍‌’ ରିପୋର୍ଟ କରିଛି।

ବିମାନ ପରିଚାରିକାଜଣକ ତାଙ୍କ ବନ୍ଧୁଙ୍କୁ କହି‌ଥିଲେ ଯେ, ୨୦୧୬ରେ ବିମାନଯାତ୍ରା ସମୟରେ ମସ୍କ୍‌ ‘ଫୁଲ୍‌-ବଡ଼ି ମସାଜ୍‌’ ପାଇଁ ତାଙ୍କୁ ତାଙ୍କ କୋଠରିକୁ ଡାକିଥିଲେ। ମସାଜ ବେଳେ ମସ୍କ ତାଙ୍କୁ ଅଶ୍ଳୀଳ ଭାବେ ସ୍ପର୍ଶ କରିବା ସହ ଅଙ୍ଗ ପ୍ରଦର୍ଶନ କରିଥିଲେ ଏବଂ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଥିଲେ ବୋଲି ପରିଚାରିକାଜଣକ କହିଥିଲେ।

Also Read  ୨ କଲରାପତରିଆ ବାଘ ଛାଲ ଜବତ, ୨ ଗିରଫ

LEAVE A REPLY

Please enter your comment!
Please enter your name here