ଏକାଧିକ ଆସନରୁ ନିର୍ବାଚନ ଲଢ଼ିବା ଉପରେ ରୋକ୍ ଲଗାଯାଉ: ନିର୍ବାଚନ କମିଶନ

0
169

ନୂଆଦିଲ୍ଲୀ: ଜଣେ ଏକାଧିକ ଆସନରେ ନିର୍ବାଚନ ନଲଢ଼ିବା ଦରକାର । ଏ ଦିଗରେ ଥିବା ନିୟୋମରେ ସଂଶୋଧନ କରାଯିବାର ଆବଶ୍ୟକତା ରହିଛି। ଏପରି ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି ନିର୍ବାଚନ କମିଶନ । ଯଦି ସରକାର ଏହି ପ୍ରସ୍ତାବ ଉପରେ ରାଜି ନୁହନ୍ତି ତାହେଲେ ଯେଉଁପ୍ରାର୍ଥୀ ମାନେ ଏକାଧିକ ଆସନରେ ନିର୍ବାଚନ ଲଢ଼ିବେ ସେମାନଙ୍କୁ ଅଧିକରୁ ଅଧିକ ଜରିମନା ଦେବାକୁ କୁହାଯାଉ।

ନିର୍ବାଚନ କମିଶନଙ୍କ ଏହି ପ୍ରସ୍ତାବ ନୂଆ ନୁହେଁ। ପୂର୍ବରୁ 2004ରେ ପ୍ରଥମ ଥର ପାଇଁ ଏପରି ଏକ ପ୍ରସ୍ତାବ ଆସିଥିଲା। କିନ୍ତୁ ଏ ବାବଦରେ କୌଣସି ବିଚାର କରାନଯାଇନଥିଲା। ଏବେ ନୂଆ କରି ନିର୍ବାଚନ କମିଶନ ଭାବେ ରାଜୀବ କୁମାର ନିଯୁକ୍ତ ହେବା ପରେ ପୁଣିଥରେ 18 ବର୍ଷ ତଳର ପ୍ରସ୍ତାବ ଉପରେ ଜୋର ଦେଇଛନ୍ତି।

ପୂର୍ବରୁ ଜରିମାନା ବ୍ୟବସ୍ଥା ରହିଛି। ବିଧାନସଭା କିମ୍ବା ବିଧାନପରିଷଦ ଲାଗି 5 ଲକ୍ଷ ଏବଂ ଲୋକସଭା ଲାଗି 10 ଲକ୍ଷର ପ୍ରସ୍ତାବ ଥିଲା। କିନ୍ତୁ ଏବେ ଏହି ଜରିମାନା ରାଶିର ପରିମାଣ ବଢାଯାଉ ବୋଲି ନିର୍ବାଚନ କମିଶନ ପ୍ରସ୍ତାବ ଦେଇଛନ୍ତି। ଏପରି ପ୍ରସ୍ତାବ ପଛର ଯୁକ୍ତି ଦର୍ଶାଇବାକୁ ଯାଇ ନିର୍ବାଚନ କମିଶନ କହିଛନ୍ତି, ଅନେକ ଦୁଇଟି ଆସନରେ ନିର୍ବାଚନ ଲଢୁଛନ୍ତି। ଯଦି ଦୁଇଟିରେ ବିଜୟୀ ହେଉଛନ୍ତି ତାହେଲେ ନିୟମ ଅନୁଯାୟୀ ଗୋଟିଏ ଆସନକୁ ଛାଡିବାକୁ ହେବ। ଏପରି ସ୍ଥିତିରେ ସେଠାରେ ପୁଣିଥରେ ନିର୍ବାଚନ ହେବ। ଏଥିପାଇଁ ପୁଣି ମାନବ ସମ୍ବଳ ପାଖରୁ ଆରମ୍ଭ କରି ଅନ୍ୟାନ୍ୟ ଖର୍ଚ୍ଚ ହେବ। ଯାହାର ପରିମାଣ ଏବେ ଢେର ବଢ଼ିବା ଦ୍ୱାରା ଅନାବଶ୍ୟକ ବୋଝ ବଢ଼ିବାରେ ଲାଗିଛି।

Also Read  କୋଣାର୍କରେ ପ୍ରବଳ ଭିଡ଼ : ସୂର୍ଯ୍ୟମନ୍ଦିରକୁ ଧସେଇ ପଶିଲେ ପର୍ଯ୍ୟଟକ

LEAVE A REPLY

Please enter your comment!
Please enter your name here