ଆପଣ ହୋଇପାରିବେ ପ୍ରଥମ ବ୍ୟାଚ୍ ଅଗ୍ନିବୀର

0
120

ନୂଆଦିଲ୍ଲୀ: ଏବେ ଅଗ୍ନିବୀରଙ୍କୁ ନେଇ ସାରା ଦେଶରେ ଜୋରଦାର ଆଲୋଚନା ଚାଲିଛି । ତେବେ ଆପଣ ଯଦି ଅଗ୍ନିବୀର ହୋଇ ନିଜର ଶାରୀରିକ, ମାନସିକ, ବୈାଦ୍ଧିକ ବିକାଶ ସହ ଦେଶସେବା କରିବାକୁ ଚାହୁଁଛନ୍ତି ତେବେ ଡେରି କାହିଁକି? । ଅଗ୍ନିବୀର ପାଇଁ କସରତ ଆରମ୍ଭ କରିଦିଅନ୍ତୁ କାରଣ ଆସନ୍ତା 24 ତାରିଖରୁ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଉଛି । ଆପଣଙ୍କ ବୟସ ଯଦି 17ରୁ ଅଧିକ ଆଉ 23 ବର୍ଷ ଭିତରେ ତେବେ ଏହି ଯୋଜନାରେ ଆପଣ ସାମିଲ ହୋଇ ନିଜ ଭବିଷ୍ୟତକୁ ଉଜ୍ଜ୍ବଳ କରିପାରିବେ ।

ଅଗ୍ନିପଥ’ ଯୋଜନା ଅଧୀନରେ ଭାରତୀୟ ବାୟୁସେନା ପ୍ରଥମେ ନିଯୁକ୍ତି ଦେବ।କୁ ଘୋଷଣା କରିଛି । ଆସନ୍ତା ଜୁନ୍‌ ୨୪ରୁ ବାୟୁସେନାରେ ‘ଅଗ୍ନିବୀର’ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏ ବାବଦରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି ବାୟୁସେନା ମୁଖ୍ୟ ମାର୍ସାଲ ଭିଆର୍‌ ଚୌଧାରୀ କହିଛନ୍ତି, ଅଗ୍ନିପଥ ଯୋଜନା ଅଧୀନରେ ବୟସ ସୀମା ୨୩କୁ ବୃଦ୍ଧି ପାଇଛି ଏବଂ ଏହି ଯୁଗାନ୍ତକାରୀ ନିଯୁକ୍ତି ଯୋଜନା ବୈପ୍ଳବିକ ପରିବର୍ତ୍ତନ ଆଣିବ। ଏହା ଯୁବଗୋଷ୍ଠୀଙ୍କୁ ଉପକୃତ କରିବା ସହ ସେମାନଙ୍କ ସୁଦୃଢ଼ ଭବିଷ୍ୟତ ପାଇଁ ରାସ୍ତା ଖୋଲିଦେବ।

ଭାରତୀୟ ବାୟୁସେନାରେ ଏହି ଯୋଜନା ଅଧୀନରେ ନିଯୁକ୍ତି ଜୁନ୍‌ ୨୪ରୁ ଆରମ୍ଭ ହେବ। ୨୦୧୯ -୨୦୨୦ରେ ଭାରତୀୟ ସ୍ଥଳ ସେନାରେ ଯବାନଙ୍କୁ ନିଯୁକ୍ତି ମିଳିଥିଲା କିନ୍ତୁ ଏହା ପରଠାରୁ କୌଣସି ନୂଆ ନିଯୁକ୍ତି ହୋଇନି।ତେଣୁ ଯୁବବର୍ଗ ଏଥିରେ ସାମିଲ ହୋଇପାରିବାର ସୁଯୋଗ ରହିଛି । ଭଲ ଦରମା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି । ମେଡିକାଲ ଟେଷ୍ଟ ଓ ମେରିଟ ଆଧାରରେ ଚୟନ ହେବେ ଅଗ୍ନିବୀର। ୧୦ ସପ୍ତାହରୁ ୬ ମାସ ପର୍ଯ୍ୟନ୍ତ ଏମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏହା ପରେ ମାସିକ ୩୦ରୁ ୪୦ ହଜାର ବେତନରେ ନିଯୁକ୍ତି ପାଇବେ ଅଗ୍ନିବୀର। ଚାକିରୀ ସମୟରେ ସ୍ଥାୟୀ ସୈନିକଙ୍କ ଭଳି ଆୱାର୍ଡ, ମେଡାଲ ଓ ଇନସ୍ୟୁରାନ୍ସର ଅର୍ଥରାଶି ପାଇବେ ଅଗ୍ନିବୀର। ଏମାନଙ୍କୁ ୪୮ ଲକ୍ଷ ଟଙ୍କାର ବୀମା ରାଶି ମିଳିବ।

ନିଯୁକ୍ତ ହୋଇଥିବା ଅଗ୍ନିବୀର ଯଦି ସେବା ସମୟରେ ସହିଦ ହେଲେ କିମ୍ବା ଦିବ୍ୟାଙ୍ଗ ହେଲେ ୪୪ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ। ଦିବ୍ୟାଙ୍ଗ ଯବାନଙ୍କୁ ୪ ବର୍ଷ ପୂରଣ ପରେ ଭାରତୀୟ ସେନାରେ ୧୫ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ପାଇଁ ୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ। ୪ ବର୍ଷର ଚାକିରୀ ପରେ ସେବା ନିଧି ପ୍ୟାକେଜରେ ଅଗ୍ନିବୀରଙ୍କୁ ୧୨ ଲକ୍ଷ ଟଙ୍କା ମିଳିବ। ଏଥିପାଇଁ ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ।

Also Read  ଭୁବନେଶ୍ବରରେ ପହଁଚିଲେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ

୧୭ ବର୍ଷ ବୟସରେ କିଶୋର କିଶୋରୀମାନଙ୍କୁ ଏଥିରେ ଯଥେଷ୍ଟ ସୁଯୋଗ ଓ ଆର୍ଥିକ ପ୍ୟାକେଜ ମିଳିବ। ଅନେକ ଗରିବ ପରିବାରର ଆର୍ଥିକ ଦୁରାବସ୍ଥା ଦୂରେଇଯିବ । ଯୁବକମାନେ ଭୁଲରାସ୍ତାକୁ ଯିବାରୁ ନିବୃତ୍ତ ରହିବେ । ସେମାନଙ୍କର ପ୍ରତିଯୋଗିତା ମନୋଭାବ ସୃଷ୍ଟି ହେବ । ଏ ସମୟରେ ଆର୍ମିରେ ଯୋଗ ଦେଲେ ଶାରୀରିକ , ମାନସିକ ଏବଂ ବୈାଦ୍ଧିକ ବିକାଶ ହେବ । ୨୨ବର୍ଷ ବୟସରେ ଚାକିରୀରୁ ବିରତି ନେବାବେଳେ ହାତରେ ଥିବ ୧୨ ଲକ୍ଷ ଟଙ୍କା ଓ ନିଜ ସାଧ୍ୟମୁତାବକ ଯୋଗ୍ୟତାପତ୍ର। ଯାହା କି ସେମାନଙ୍କୁ ଆତ୍ମନିର୍ଭର କରିବାରେ ସାହାଯ୍ୟ ହେବ । ତେଣୁ କାହାର ଏଣୁତେଣୁ କଥାରେ ଭଳି ନଯାଇ ଯୁବବର୍ଗ ଅଗ୍ନିବୀର ବନି ଦେଶସେବାର ଆନନ୍ଦ ଉପଲବ୍ଧି କରିବାକୁ ଏୟାରଫୋର୍ସ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here