ଯାଜପୁର କାଣୀନଦୀ ବ୍ରହ୍ମଚାରୀପାଟଣା ଠାରେ ୬୦ ଫୁଟର ଘାଇ; ଜନଜୀବନ ଅସ୍ତବ୍ୟସ୍ତ, ଗାଁରେ ପସିଲା ବନ୍ୟାପାଣି

0
550
flood-water-from-kani-river-entre-village in jajpur

ଯାଜପୁର: ଯାଜପୁର ଅନ୍ତର୍ଗତ ଦଶରଥପୁର ବ୍ଲକ୍‌ କସପା ପଞ୍ଚାୟତର କାଣୀ ନଦୀରେ ଘାଇ । କାଣୀ ନଦୀବନ୍ଧରେ ୬୦ ଫୁଟର ଘାଇ ସୃଷ୍ଟିହୋଇଛି । ଘାଇ ହେବାପରେ ଗାଁରେ ପସିଛି ବନ୍ୟାପାଣି । ଦଶରଥପୁରବ୍ଲକ ବ୍ରହ୍ମଚାରୀପାଟଣା ନିକଟ ନଦୀବନ୍ଧରେ ଘାଇ ସୃଷ୍ଟି ହୋଇଛି । ବୈତରଣୀରେ ପ୍ରବଳ ପାଣି ଯୋଗୁ କାଣୀ ନଦୀରେ ବନ୍ୟା ସୃଷ୍ଟି ହୋଇଛି । ଏହି ଘାଇ ହେବା ଦ୍ଵାରା ୧୦ ଟି ପଞ୍ଚାୟତର ପାଖାପାଖି ୪୦ଟି ଗାଁ ପ୍ରଭାବିତ ହେବା ଆଶଙ୍କା ରହିଛି । ଫଳରେ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ମାଡିଯାଇଛି। ଏଣୁ ବହୁ ପନିପରିବା, ଧାନ ନଷ୍ଟ ହୋଇଯିବା ସମ୍ଭାବନା ରହିଛି, କୟାଁ, କମାରଡିହ, ଦତ୍ତପୁର, ଦୁଦୁରାଅଣ୍ଟା, ମଲ୍ଲିକାପୁର ପଂଚାୟତର ବ୍ୟାପକ ଜମିରେ ବନ୍ୟାଜଳ ମାଡିଯାଇଛି।

ଏହି ପାଣି ଚାଷ ଅତିକ୍ରମ କରି ଧୀରେ ଧୀରେ ଗାଁରେ ପଶୁଛି। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି। ଗାଁ ଲୋକେ ଏବେ କେଉଁଠି ରହିବେ, ତାକୁ ନେଇ ଚିନ୍ତାରେ ପଡ଼ିଯାଇଛି। ହେଲେ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଗାଁରେ ପହଞ୍ଚିନଥିବା ଅଭିଯୋଗ ହୋଇଛି।

Also Read  ରୁଷିଆଠାରୁ ୩ ନିୟୁତ ବ୍ୟାରେଲ ତେଲ କିଣିଛି ଭାରତ