୪ ମାସ ପାଇଁ ଅସ୍ତ ଗଲେ ସୂର୍ଯ୍ୟ; ଆଣ୍ଟାର୍କଟିକାରେ ଆରମ୍ଭ ହେଲା ଦୀର୍ଘକାଳୀନ ରାତି

0
312
four-month-long-night-begins-as-antarctica-goes-dark

ନୂଆଦିଲ୍ଲୀ: ଆଣ୍ଟାର୍କଟିକାରେ ୪ ମାସ ପାଇଁ ଅସ୍ତ ଗଲେ ସୂର୍ଯ୍ୟ । ହଟିଯିବ ଆଲୁଅ। ରାଜୁତି କରିବ ଅନ୍ଧାର। ଆଣ୍ଟାର୍କଟିକାରେ ଆରମ୍ଭ ହେଲା ଦୀର୍ଘକାଳୀନ ରାତି । ସମଗ୍ର ବିଶ୍ବରେ ମୁଖ୍ୟତଃ ୪ଟି ଋତୁ ଅନୁଭୂତ ହେଉଥିବା ବେଳେ ଆଣ୍ଟାର୍କଟିକାରେ ମାତ୍ର ୨ଟି ଋତୁ ଅନୁଭୂତ ହୁଏ। ଗ୍ରୀଷ୍ମକାଳରେ ୬ ମାସ ଦିନ ଏବଂ ଶୀତଋତୁରେ ୬ ମାସ ରାତି । ତେବେ ଏହି ଶୀତ ମାସ ବୈଜ୍ଞାନିକଙ୍କ ପାଇଁ ଖୁବ୍ ଗୁରୁତ୍ଵପୂର୍ଣ୍ଣ। ଏହି ସମୟରେ ଆଣ୍ଟାର୍କଟିକାରେ ସବୁଠୁ ଅଧିକ ଗବେଷଣା କରାଯାଇଥାଏ। ଆସନ୍ତା ୬ ମାସ ପର୍ଯ୍ୟନ୍ତ ୟୁରୋପିଆନ୍ ସ୍ପେସ୍ ଏଜେନ୍ସି ଏବଂ ଏହା ସହ ଜଡ଼ିତ ସଂସ୍ଥା ଗୁଡ଼ିକର ବୈଜ୍ଞାନିକମାନେ ଭିନ୍ନ ଭିନ୍ନ ପ୍ରକାରର ଗବେଷଣା କରିବେ।

ସାଧାରଣତଃ ରୁତୁଚକ୍ର ଅନୁସାରେ ପୃଥିବରୀର ବିଭିନ୍ନପ୍ରାନ୍ତରେ ସୂର୍ଯ୍ୟ କରିଣ ପଡ଼ିଥାରଏ। ନାସା ଅନୁଯରୟୀ, ଗ୍ରୀଷ୍ମ ସମୟରେ ଆଣ୍ଟାର୍କଟିକା ସୂର୍ଯ୍ୟ ଆଡ଼କୁ ଢଳି ରହୁଥିବାରୁ ସବୁବେଳେ ସୂର୍ଯ୍ୟ କିରଣ ପାଇଥାଏ। କିନ୍ତୁ ଶୀତକାଳରେ ବୀପରିତ ଦିଗକୁ ଢଳି ରହିଲେ ଆଣ୍ଟାର୍କଟିକା ମହାଦେଶ ଅନ୍ଧାରରେ ବୁଡ଼ି ରୁହେ । ଆଣ୍ଟାର୍କଟିକାରେ ଥିବା ୟୁରୋପ୍‌ର କନ୍‌କୋର୍ଡିଆ’ ଗବେଷଣା କେନ୍ଦ୍ରରେ ସମ୍ପ୍ରତି ୧୨ଜଣ ବୈଜ୍ଞାନିକ ରହି ଗବେଷଣା କରୁଛନ୍ତି। ଦୀର୍ଘ କାଳି ଧରି ଏଠାରେ ରାତି ହେଉ ଥିବାରୁ ବୈଜ୍ଞାନକିମାନେ ଆଗୁଆ ପ୍ରସ୍ତୁତ କରିଛନ୍ତି। ସେମାନେ ସେଠାରେ ‘ବାୟୋମେଡିକାଲ୍‌’ ସଂକ୍ରାନ୍ତ ପରୀକ୍ଷାନିରୀକ୍ଷା କରିବେ। ନିଃସଙ୍ଗବାସ ଏବଂ ନିଦ୍ରା ଉପରେ ମଧ୍ୟ ସେମାନେ ଗବେଷଣା କରିବେ।

Also Read  ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ପରିବା, କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବାରେ ନେଇଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା

LEAVE A REPLY

Please enter your comment!
Please enter your name here