ଦୀର୍ଘ ୨ ବର୍ଷ ପରେ ହଟିଲା କଟକଣା, ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ଉଡ଼ାଣ

0
354
Temporary Suspension of Civil Flight Operations at Select Airports and Air Routes
Temporary Suspension of Civil Flight Operations at Select Airports and Air Routes

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରାୟ ଦୁଇ ବର୍ଷ ପରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସ୍ବାଭାବିକ ହେବ | ମାର୍ଚ୍ଚ ୨୭ରୁ ଆନ୍ତର୍ଜାତୀୟ ବିମାନ ସେବା ପୁନଃ ଆରମ୍ଭ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି। ଏହାଛଡ଼ା ଆନ୍ତର୍ଜାତୀୟ ଯାତ୍ରା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀକୁ ବିମାନ କମ୍ପାନୀମାନେ ପାଳନ କରିବାକୁ ପଡ଼ିବ ବୋଲି କୁହାଯାଇଛି।

ଏହାପୂର୍ବରୁ ମାର୍ଚ୍ଚ ୧୫ରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ ହୋଇପାରେ ବୋଲି ଖବର ଆସିଥିଲା । କୋଭିଡ-୧୯ ମାମଲାରେ କ୍ରମାଗତ ହ୍ରାସକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ପରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ |

କୋଭିଡ୍-୧୯ ମହାମାରୀ ଯୋଗୁଁ ମାର୍ଚ୍ଚ ୨୩, ୨୦୨୦ ଠାରୁ ଦେଶରେ ନିୟମିତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସ୍ଥଗିତ ରଖାଯାଇଛି। ଏହି କଟକଣା ୨୮ ଫେବୃଆରୀ ୨୦୨୨ ଯାଏଁ ଥିଲା | ଏହି କଟକଣା ଅବଧି ମଧ୍ୟରେ ‘ଏୟାର ବବଲ୍’ ବ୍ୟବସ୍ଥା ଅନୁଯାୟୀ ଜୁଲାଇ ୨୦୨୦ ଠାରୁ ଭାରତ ଏବଂ ପ୍ରାୟ ୪୦ଟି ଦେଶ ମଧ୍ୟରେ ସ୍ୱତନ୍ତ୍ର ଯାତ୍ରୀବାହୀ ବିମାନ ଚଳାଚଳ କରୁଛି |

Also Read  ପ୍ରଜାତନ୍ତ୍ରର ୭୫ତମ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ: ଗଣମାଧ୍ୟମ ରାଜନୀତି ଅପେକ୍ଷା ଲୋକଙ୍କ ପ୍ରକୃତ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଉଚିତ