ବିସିସିଆଇ ସଭାପତି ପରେ ରାଜନୀତିରେ ପ୍ରବେଶ କରିବେ କି ସୌରଭ ଗାଙ୍ଗୁଲି ! ସସପେନ୍ସ ବଢ଼େଇଲା ଟ୍ୱିଟ…

0
240

ରାଜନୀତିରେ ପ୍ରବେଶ ନେଇ ସଙ୍କେତ ଦେଲେ ସୌରଭ ଗାଙ୍ଗୁଲି । ଟ୍ୱିଟ କରି ଏବାବଦରେ ନିଜେ ସୌରଭ ଗାଙ୍ଗୁଲି ସୂଚନା ଦେଇଥିବା ଜଣା ଯାଇଛି । ରାଜନୀତିକୁ ଗାଙ୍ଗୁଲି ଆସିପାରନ୍ତି ବୋଲି ସନ୍ଦେହ କରାଯାଉଛି । ୩୦ ବର୍ଷର କ୍ରିକେଟ ଜୀବନକୁ ଅଲବଦା କହିଲେ ଗାଙ୍ଗୁଲି । ଏହା ସହ ଗାଙ୍ଗୁଲି କହିଛନ୍ତିକି ମୋତେ କ୍ରିକେଟ ଅନେକ କିଛି ଦେଇଛି । ମୁଁ ଏହାର ଋଣ କେବେ ସୁଝିପାରିବି ନାହିଁ । ଆଗକୁ ହୁଏତ ଗାଙ୍ଗୁଲି ରାଜ୍ୟସଭାକୁ ମନୋନୀତ ହୋଇପାରନ୍ତି ବୋଲି ଜଣାଯାଇଛି । ଏହି ଟ୍ୱିଟ୍ ସସପେନ୍ସ ବଢାଇଛି । ବିସିସିଆଇ ସଭାପତି ପଦଛାଡି ରାଜନୀତିରେ ପ୍ରବେଶ କରିବେ କି ଭାରତର ପୂର୍ବତନ ଅଧିନାୟକ? ଏ ପ୍ରଶ୍ନ ମଧ୍ୟ ସାଧାରଣରେ ଯୋର ଧରିଛି ।

ତେବେ ସୌରଭଙ୍କ ଏହି ଟ୍ୱିଟ୍ ତାଙ୍କ ରାଜନୈତିକ ଯାତ୍ରାର ଆରମ୍ଭକୁ ସୂଚନା ଦେଉଥିବା ଚର୍ଚ୍ଚା ହେଉଛି । କିଛି ଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୌରଭ ଗାଙ୍ଗୁଲିଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ରାତ୍ରୀଭୋଜନ ସହ କିଛି ସମୟ ବିତାଇଥିଲେ । ତେବେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ବଢିଥିଲା ।

ଅନ୍ୟ ପକ୍ଷରେ ବିସିସିଆଇ ସଂପାଦକ ଜୟ ଶାହ ସ୍ପଷ୍ଟ କରିଛନ୍ତିଯେ ସୌରଭ ଗାଙ୍ଗୁଲି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇନାହାନ୍ତି । ଆଗକୁ ହୁଏତ ତାଙ୍କର କିଛି ଯୋଜନା ରହିଛି ବୋଲି କହିଛନ୍ତି ଜୟ ଶାହ ।

Also Read  ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କରୋନା ପଜିଟିଭ : ଡାକ୍ତରଖାନାରେ ହେଲେ ଭର୍ତ୍ତି

LEAVE A REPLY

Please enter your comment!
Please enter your name here