ବନ୍ଧା ହେଲେ ଜଳେଶ୍ୱରର କୁବେର ବିଡିଓ ଅଶ୍ୱିନୀ କୁମାର ଦାସ, ବିଡିଓଙ୍କ ଅଚଳାଚଳ ସଂପତ୍ତି ଦେଖି ଭିଜିଲାନ୍ସ ଜଳକା

0
524
Jaleswar BDO arrested

ଜଳେଶ୍ୱର: ଗିରଫ ହେଲେ ଜଳେଶ୍ୱର କୋଟିପତି ବିଡିଓ ଅଶ୍ୱିନୀ କୁମାର ଦାସ । କୋଟିପତି ବିଡିଓଙ୍କ ଅଚଳାଚଳ ସଂପତ୍ତି ଦେଖି ଭିଜିଲାନ୍ସ ଜଳକା। ବିଡ଼ିଓଙ୍କ କୋଟି କୋଟି ଟଙ୍କାର ସମ୍ପତି ଠାବ ହେବା ପରେ ଶେଷରେ ଭିଜିଲାନ୍ସ ତାଙ୍କ ଜଳେଶ୍ୱର ସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡ଼ିଓଙ୍କ ଜଳେଶ୍ୱର ସ୍ଥିତ ସରକାରୀ ବାସଭବନ ସମେତ ୬ଟି ସ୍ଥାନରେ ୬ଟି ଟିମ ଚଢାଉ କରିଥିଲେ । ଚଢ଼ାଉରେ ଭିଜିଲାନ୍ସ ବିଭାଗର ୫ ଜଣ ବଛାବଛା ଡିଏସପି, ୯ ଜଣ ଇନ୍ସପେକ୍ଟରଙ୍କୁ ସାମିଲ କରାଯାଇଥିଲା ।

ଜଳେଶ୍ୱର ବିଡିଓ ଅଶ୍ୱିନୀ ଦାସଙ୍କର କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ରହିଛି ୨୪ଟି ପ୍ଲଟ୍‌। ସେହିପରି କଟକ ୪୨ ମୌଜା କଳାପଡ଼ାରେ ଗୋଟିଏ ତିନି ମହଲା ବିଶିଷ୍ଟ କୋଠା ରହିଛି। ଯାହାର ଆନୁମାନିକ ମୂଲ୍ୟ ୧.୨୨ କୋଟି ଟଙ୍କା ହେବ। ଏହାଛଡ଼ା କଟକ ୪୨ ମୌଜାର ଶ୍ରୀକୃଷ୍ଣ ବିହାର ଝିଙ୍କିରିଆରେ ତାଙ୍କର ଆଉ ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର ରହିଛି। ଯାହାର ଆନୁମାନିକ ମୂଲ୍ୟ ୧.୧୦ କୋଟି ଟଙ୍କା ହେବ। ଏହା ବ୍ୟବୀତ ଶ୍ରୀ ଦାସଙ୍କର କଟକରେ ଗୋଟିଏ ଇଟା ଫେକ୍ଟ୍ରୀ ରହିଥିବା ଭିଜିଲାନ୍ସ ଦର୍ଶାଇଛି।ବିଡିଓ ଶ୍ରୀ ଦାସଙ୍କଠାରୁ ଭିଜିଲାନ୍ସ ନଗଦ ୧.୭୦ ଲକ୍ଷ ଟଙ୍କା, ୩୩୦ ଗ୍ରାମ ସୁନା, ୧ କେଜି ରୁପା, ୪ଟି ଚାରି ଚକିଆ ଗାଡ଼ି ଓ ୩ଟି ଦୁଇ ଚକିଆ ଗାଡ଼ି ଠାବ କରିଛି।

Also Read  ଜଗାର ଖେଳ, ବାତ୍ୟା ‘ଜୱାଦ’ ଦୁର୍ବଳ : ପବନ କମ, ବର୍ଷା ବେଶୀ