ବହୁଚର୍ଚ୍ଚିତ ହିଜାବ ବିବାଦ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ରାୟ: ହିଜାବ ଧର୍ମର ପ୍ରମୁଖ ଅଂଶ ନୁହେଁ

0
658
karnataka-high-court wearing-hijab-is-not-essential-religious-practice

ବେଙ୍ଗାଲୁରୁ: ଆସିଲା ବହୁଚର୍ଚ୍ଚିତ ହିଜାବ ବିବାଦ ମାମଲାରରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ । ହିଜାବ ପିନ୍ଧିବା ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ। ହିଜାବ ବିବାଦ ମାମଲରେ ହୋଇଥିବା ଆବେଦନକୁ ଆଜି ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଚାଲେଞ୍ଜ କରି ହୋଇଥିବା ଆବେଦନକୁ ହାଇକୋର୍ଟର ତିନିଜଣିଆ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଏଥିସହ ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ଛାତ୍ରଛାତ୍ରୀ ମନା କରିପାରବେ ନାହିଁ ବୋଲି କଡା ଭାଷାରେ କହିଛନ୍ତି କୋର୍ଟ।

ହିଜାବକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇ କୋର୍ଟ କହିଛନ୍ତି ଯେ ହିଜାବ ଇସଲାମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ। ମୁଖ୍ୟ ବିଚାରପତି ଜଷ୍ଟିସ ରୀତୁରାଜ ଅଓ୍ବସ୍ତି, ଜଷ୍ଟିସ କ୍ରିଷ୍ଣା ଏସ. ଦୀକ୍ଷିତ ଓ ଜଷ୍ଟିସ ଜେଏମ ଖାଜିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ରାୟ ଣୁଣାଇଛନ୍ତି ।

ସୂଚନାଯୋଗ୍ୟ ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଚ୍ୟାଲେଞ୍ଜ କରି ଆବେଦନ ହୋଇଥିଲା। ରାଜ୍ୟର ଶିକ୍ଷା ପ୍ରତିଷ୍ଠାନ ଗୁଡିକରେ ହିଜବ ନିଷିଦ୍ଧ କରାଯିବା ନେଇ ନିଷ୍ପତ୍ତି ବିରୋଧରେ ଉଡୁପିର କେତେକ ଛାତ୍ରୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଶିକ୍ଷା ପ୍ରତିଷ୍ଠାନରେ ହିଜାବ ନିଷିଦ୍ଧ କରିବା ନେଇ କୌଣସି ଆଇନ ନାହିଁ ବୋଲି ସେମାନେ ଦର୍ଶାଇଥିଲେ ।

Also Read  Yediyurappa takes oath as Karnataka Chief Minister