KGF ଷ୍ଟାର ୟଶ ପ୍ରତ୍ୟାଖ୍ୟାନ କଲେ କୋଟିଏ ଟଙ୍କାର ବିଜ୍ଞାପନ

0
387
kgf-star-yash-refuses-multi-crore-advertisement offer-for-pan-masala-

ଅଜୟ ଦେବଗାନ, ଶାହାରୁଖ ଖାନ ଏବଂ ଅମିତାଭ ବଚ୍ଚନଙ୍କ ପରେ ଅକ୍ଷୟ କୁମାର ଏକ ପାନ ମସାଲା ବିଜ୍ଞାପନ କରିଥିଲେ, ଯେଉଁଥିପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା। କିନ୍ତୁ ଏହି ଆଡକୁ ନେଇ KGF ଷ୍ଟାର ୟଶ ଏହାକୁ କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି। ସେ କୌଣସି ଖରାପ ଜିନିଷକୁ ପ୍ରୋତ୍ସାହନ କରିବେନି ବୋଲି କହିଛନ୍ତି।

ଅକ୍ଷୟ କୁମାର ବିଜ୍ଞାପନ ପାନ ମସାଲାର ଘଟଣା ପରେ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ। ବର୍ତ୍ତମାନ କେଜିଏଫ ଷ୍ଟାର ଅଭିନେତା ୟଶ ମଧ୍ୟ ଏହି ବିଜ୍ଞାପନ ପାଇଁ କୋଟିଏ ଟଙ୍କାର ଅଫର ପ୍ରତ୍ୟାଖ୍ୟାନ କରିଛନ୍ତି। ଏମିତିକି ବର୍ତ୍ତମାନ କେଜିଏଫ୍-୨ ସୁପରଷ୍ଟାର ୟଶଙ୍କ ପାନ୍ ମସାଲା ଏବଂ ଏରସ ବ୍ରାଣ୍ଡ ପାଇଁ କୋଟିଏ ଟଙ୍କାର ଏଣ୍ଡୋର୍ସମେଣ୍ଟ ଅଫରକୁ ପ୍ରତ୍ୟାଖ୍ୟାନ କରିବାର ଖବର ସାମ୍ନାକୁ ଆସିଛି।

ସେ ମାନନ୍ତି ଯେ ଏହି ଦ୍ରବ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଅତ୍ୟନ୍ତ କ୍ଷତିକାରକ ପ୍ରଭାବ ପକାଇଥାଏ। ସେଥି ପାଇଁ ସେ ଏପରି ବିଜ୍ଞାପନ କରନ୍ତି ନାହିଁ। ତାଙ୍କୁ ଅନେକ ଯୁବପିଢି ଅନୁସରଣ କରୁଛନ୍ତି, ସେ ତାଙ୍କ ଉପରେ କୌଣସି ଖରାପ ପ୍ରଭାବ ପକାଇବା ପାଇଁ ଚାହାଁନ୍ତିନି।ସାରା ଦେଶରେ ତାଙ୍କର ଲୋକପ୍ରିୟତାକୁ ଦେଖି ସେ ତାଙ୍କ ଲୋକପ୍ରିୟତା ସଠିକ୍ ପ୍ରକାରର ରଖିବେ ବୋଲି ଏପରି ଆଡ ନ କରିବା ପାଇଁ ମନା କରୁଛନ୍ତି।

Also Read  Much Awaited KGF Chapter 2 To Hit Screens Worldwide On Apil 14, 2022