ମୋହାଲୀରୁ ଗିରଫ ହେଲା ପଞ୍ଜାବ ପଟିଆଲା ହିଂସାକାଣ୍ଡର ମାଷ୍ଟରମାଇଣ୍ଡ

0
463
patiala violence-barjinder-singh

ପଞ୍ଜାବ: ପଞ୍ଜାବ ପଟିଆଲା ଠାରେ ଘଟିଥିବା ହିଂସାର ମାଷ୍ଟରମାଇଣ୍ଡ କୁହାଯାଉଥିବା ବରଜିନ୍ଦର ସିଂ ପରୱାନାଙ୍କୁ ଗିରଫ କରାଯାଇଛି । ପଞ୍ଜାବ ପୋଲିସ ପକ୍ଷରୁ ରବିବାର ସକାଳ ୭.୩୦ ମିନିଟ ସମୟରେ ମୋହାଲୀ ଠାରୁ ତାଙ୍କୁ ଗିରଫ କରାଯାଇଛି । କୁହାଯାଉଛି କି ବଜିନ୍ଦର ଜଣେ ପେଶାଗତ ଅପରାଧୀ । ଏହି ମାମଲା ପୂର୍ବରୁ ତାଙ୍କ ନାମରେ ୪ ଟି ଅପରାଧିକ ମାମଲା ରହିଛି ।

ସୂଚନା ମୁତାବକ ଏହି ମାମଲାରେ ପୋଲିସ ମୋଟ ୬ ଅଭିଯୋଗ ଦାଖଲ କରିଛି । ଏହି୬ ଟି ଅଭିଯୋଗରେ ୨୫ ଜଣ ଅଭିଯୁକ୍ତଙ୍କ ନାମ ରହିଛି । ଏନେଇ ପୋଲିସ ପକ୍ଷରୁ ହରିଶ ସିଂଗଲା, କୁଲଦୀପ ସିଂ ଓ ଦଲଜୀତ ସିଂଙ୍କୁ ପ୍ରଥମେ ପୋଲିସ ଗିରଫ କରିସାରିଛି । ସେପଟେ ରବିବାର ସକାଳେ ମୋହାଲୀ ବିମାନବନ୍ଦର ଇନସ୍ପେକ୍ଟର ଶମିନ୍ଦର ସିଂଙ୍କ ନେତୃତ୍ୱରେ ଏକ ଟିମ ଚଢାଉ କରି ବରଜିନ୍ଦରଙ୍କୁ ଗିରଫ କରିଛି । ସେ ମୁମ୍ବାଇରୁ ଆସି ମୋହାଲୀ ବିମାନ ବନ୍ଦରରେ ଓହ୍ଲାଉଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି । ବରଜିନ୍ଦର ଜଣେ ପେଶାଗତ ଅପରାଧୀ ବୋଲି କୁହାଯାଉଛି ।

Also Read  ଘରକୁ ଘର ବୁଲିବା ଯୋଗୁ ବଢ଼ୁଛି ଟିକାକରଣ : ଦୀପାବଳୀରେ ସଚେତନ ହେବାକୁ ପଡ଼ିବ