ଜାହାଙ୍ଗିରପୁରୀ ହିଂସାକୁ ନେଇ ଦେଶ ବାହାରେ ବି ଚର୍ଚ୍ଚା, ମୋଦିଙ୍କ ଉପରେ ପ୍ରଶ୍ନ ଉଠାଇଲେ ଟେନିସ ଖେଳାଳି ମାର୍ଟିନା ନାଭ୍ରାତିଲୋଭା

0
349
legendary-tennis-player-martina-navratilova-reacts-on delhi-jahangirpuri-violence

ନୂଆଦିଲ୍ଲୀ: ଦିଲ୍ଲୀର ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଘଟିଥିବା ହିଂସାକୁ ନେଇ ସାରା ବିଶ୍ୱରୁ ପ୍ରତିକ୍ରିୟା ଆସୁଛି। ଏହି କ୍ରମରେ ମହାନ ମହିଳା ଟେନିସ୍ ଖେଳାଳି ମାର୍ଟିନା ନାଭ୍ରାତିଲୋଭାଙ୍କ ନାମ ମଧ୍ୟ ଯୋଡି ହୋଇଯାଇଛି |

୧୮ଟି ଗ୍ରାଣ୍ଡସ୍ଲାମ ସିଙ୍ଗଲ୍ସ ଟାଆଟଲ୍ ଜିତିଥିବା ମାର୍ଟିନା ନାଭ୍ରାତିଲୋଭା ଜାହାଙ୍ଗିରପୁରୀ ହିଂସା ମାମଲାରେ କେବଳ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଟୁଇଟ୍ କରି ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି।

ମାର୍ଟିନା ସାମ୍ବାଦିକା ରାଣା ଆୟୁବଙ୍କ ଟ୍ୱିଟକୁ ରିଟ୍ୱିଟ କରି ଏଥିରେ ଲେଖିଛନ୍ତି, “ନିଶ୍ଚିତ ଭାବେ ଏହା ଗ୍ରହଣୀୟ ନୁହେଁ, ଠିକ୍ ନା ମୋଦି?”

ରାଣା ଆୟୁବ ଏକ ଭିଡିଓ ଟୁଇଟ୍ କରିଥିଲେ ଯେଉଁଥିରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଏକ ଭିଡ଼ ଦେଖିବାକୁ ମିଳୁଛି । ଏହା ଉପରେ ମାର୍ଟିନା ନାଭ୍ରାତିଲୋଭା ଟ୍ବିଟ୍‌‌ କରିବା କ୍ଷଣି ଅନେକ ଭାରତୀୟ ୟୁଜର ଏହାକୁ ସମର୍ଥନ କରିଥିବା ବେଳେ ଆଉ କିଛି ଏହା ବିରୁଦ୍ଧରେ ଟ୍ୱିଟ୍ କରିବା ଆରମ୍ଭ କରିଥିଲେ।

ମହେନ୍ଦ୍ର ଶାହା ନାମକ ଜଣେ ୟୁଜର ଟ୍ୱିଟ୍ କରି କହିଥିଲେ, “ମାର୍ଟିନା, ଭାରତୀୟ ପ୍ରସଙ୍ଗରେ ଆଗ୍ରହ ଦେଖାଇଥିବାରୁ ଧନ୍ୟବାଦ। ମୁଁ ଜଣେ ଭାରତୀୟ ଏବଂ ଟେନିସର ଜଣେ ବଡ଼ ପ୍ରଶଂସକ। ଭାରତ ଭୁଲ ଦିଗରେ ଗତି କରୁଛି। ଭାରତରେ ଏକ ବଡ଼ ସାମ୍ପ୍ରଦାୟିକ ହିଂସା ଘଟିବାକୁ ଯାଉଛି ଏବଂ ଆନ୍ତର୍ଜାତୀୟ ସମୁଦାୟ ଏହି ପ୍ରସଙ୍ଗରେ ସ୍ଵର ଉଠାଇବା ପଡିବ। ପୁଣି ଥରେ ଧନ୍ୟବାଦ।”

ଅନ୍ୟ ପଟେ ଅଭିଷେକ ବୋଷ ନାମକ ଜଣେ ୟୁଜର ଲେଖିଛନ୍ତି, “ଦୁର୍ଭାଗ୍ୟବଶତଃ ଏହି ସବୁ ଶିକ୍ଷା ଅଭାବରୁ ଘଟୁଛି ଏବଂ ଉଭୟ ହିନ୍ଦୁ ଏବଂ ମୁସଲମାନ ଅନେକ ସମୟରେ ଏହା କରନ୍ତି। ରାଣା ଆୟୁବ ଆପଣଙ୍କୁ ଗୋଟିଏ ପାର୍ଶ୍ୱ ଦେଖାଇବେ ଏବଂ ଅର୍ଣ୍ଣବ ଗୋସ୍ୱାମୀ ଆଉ ଗୋଟିଏ ପାର୍ଶ୍ବ ଦେଖାଇବେ। ଅସୁବିଧା ହେଉଛି ଏହା। ଉଭୟ ସାମ୍ବାଦିକ ଆପଣଙ୍କୁ ଅନ୍ୟ ପାର୍ଶ୍ୱ ବିଷୟରେ କହିବେ ନାହିଁ। ଏହା ସବୁ ରାଜନୈତିକ କାରଣରୁ ଘଟୁଛି ।

ମାର୍ଟିନା ପ୍ରଥମ ଥର ପାଇଁ ଭାରତ ପ୍ରସଙ୍ଗରେ ଟ୍ୱିଟ କରିନାହାନ୍ତି । ଗତ ବର୍ଷ ଅକ୍ଟୋବରରେ ମଧ୍ୟ ସେ ଟ୍ୱିଟ କରିଥିଲେ, ଯାହା ପରେ ତାଙ୍କୁ ଟ୍ରୋଲ୍ କରାଯାଇଥିଲା।

ହିନ୍ଦୁସ୍ତାନ ଟାଇମ୍ସ ଖବରକାଗଜରୁ ଏକ ଟୁଇଟ୍ ରିଟ୍ୱିଟ କରି ସେ ଲେଖିଛନ୍ତି ଯେ ଏହା ମୋର ପରବର୍ତ୍ତୀ ଜୋକ୍।ହିନ୍ଦୁସ୍ତାନ ଟାଇମ୍ସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏକ ମନ୍ତବ୍ୟ ଟୁଇଟ୍ କରିଥିଲା, ଯେଉଁଥିରେ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ‘ଏକଛତ୍ରବାଦୀ’ ନୁହଁନ୍ତି ବରଂ ଆଜି ପର୍ଯ୍ୟନ୍ତ ଦେଶର ସବୁଠାରୁ ବଡ଼ ଗଣତାନ୍ତ୍ରିକ ନେତା।

Also Read  The tableau of Odisha passes through the Rajpath during the full dress rehearsal for the Republic Day Parade-2017, in New Delhi on January 23, 2017

ଚେକୋସ୍ଲୋଭାକିଆରେ ଜନ୍ମଗ୍ରହଣ କରିଥିବା ମାର୍ଟିନା ନାଭ୍ରାତିଲୋଭା ୧୯୭୪ ରେ ଆମେରିକାର ପଳାଇ ଆସିଥିଲେ ଏବଂ ଏଠାରୁ ହିଁ ତାଙ୍କର ପେସାଦାର ଟେନିସ୍ କ୍ୟାରିୟର ଆରମ୍ଭ ହୋଇଥିଲା | ସେ ୧୮ ବର୍ଷ ବୟସରେ ୧୯୭୫ ଅଷ୍ଟ୍ରେଲିଆନ ଓପନ୍ ଏବଂ ଫ୍ରେଞ୍ଚ ଓପନ୍ ରନର୍ ଅପ୍ ହୋଇଥିଲେ | ୧୯୭୮ ରେ ସେ ୱିମ୍ବଲଡନ୍ ଟାଇଟଲ୍ ଜିତିଥିଲେ, ଯାହା ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ ସିଙ୍ଗଲ୍ସ ଟାଇଟଲ୍ ଥିଲା |