କେରଳ ଛୁଇଁବା ପରେ ମୌସୁମୀ ଦୁର୍ବଳ, ଅସହ୍ୟ ତାତିରେ ସିଜୁଛି ପଶ୍ଚିମ ଓ ଉପକୂଳ ଓଡ଼ିଶା

0
205
heat-wave in odisha due-to-lack-of-rainfall

ଭୁବନେଶ୍ୱର: କେରଳ ଛୁଇଁବା ପରେ ଦୁର୍ବଳ ମୌସୁମୀ। ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅସହ୍ୟ ତାତି ଅନୁଭୁତ ହେଉଛି । ଓଡ଼ିଶା ପାଇଁ ପାଗ ଅନୁକୂଳ ହେଉନାହିଁ। ଫଳରେ ତାତିରୁ ନିସ୍ତାର ମିଳୁନି। ଆସନ୍ତା ୩ ଦିନ ଯାଏ ଆହୁରି ଜାରି ରହିବ ଅସହ୍ୟ ତାତି। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା ଅଧିକ ଥିବା ବେଳେ ଅଧିକାଂଶ ସ୍ଥାନରେ ୪୩ ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି ତାପମାତ୍ରା ।

୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ହେଉଛନ୍ତି ଲୋକ। ପାଣିପାଗ ବିଭାଗ କହିଛି, ଜୁନ୍‌ ୧୧ ପରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ । ଏବର୍ଷ ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ କେରଳରେ ପହଞ୍ଚିଥିଲା ମୌସୁମୀ ବାୟୁ । ତାପରେ ମନ୍ଥର ଗତିରେ ଆଗକୁ ବଢୁଛି ।

Also Read  କୋଟିଆକୁ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଗୁପ୍ତ ଗସ୍ତ

LEAVE A REPLY

Please enter your comment!
Please enter your name here