ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ମା’ ଓ ପୁଅ, କାରଣ ଅସ୍ପଷ୍ଟ

0
410
mother and son-commits-suicide-by-hanging-on-tree

ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବାଦି ଗାଁରେ ଅଘଟଣ। ଆମ୍ବ ଗଛରେ ରଶି ଲଗାଇ ମାଆ ଓ ପୁଅ ଆତ୍ମହତ୍ୟା କରିଛନ୍ତି । ଖଡିଆଳ ନିବାସୀ ସ୍ଵର୍ଗତ ହରି ଖମାରୀଙ୍କ ସ୍ତ୍ରୀ ଗାୟତ୍ରୀ ଖମାରି ଓ ତାଙ୍କ ପୁଅ ଆଶିଷ ଖମାରୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏହି ପରିବାର ଖଡ଼ିଆଳ ନିଵାସୀ ହୋଇଥିବା ବେ‌ଳେ ଦୀର୍ଘ ବର୍ଷ ଧରି ବାଦୀ ଗ୍ରାମରେ ଘର ତିଆରି କରି ରହୁଥିଲେ।

ବାଦି ଗାଁ ନିକଟସ୍ଥ କେନାଲ ପାଖରେ ଥିବା ବର ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ଅଷ୍ପଷ୍ଟ ରହିଛି । ଦୁଇ ଜଣ ଗୋଟିଏ ଗଛରେ ଝୁଲୁଥିବା ବେଳେ ଆତ୍ମହତ୍ୟା କରିଥିବା ସ୍ଥାନରେ ଗୋଟିଏ ପ୍ଲାଷ୍ଟିକ ସ୍ଥୁଳ ଓ ଗୋଟିଏ ଛତା ପଡ଼ିଥିବାର ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଖଡିଆଳ ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

Also Read  ମୋ ଧାନ ଆଜି ମୋତେ ମିଳିଗଲା; ପରୀକ୍ଷା ଦେବାକୁ ଆସି ନିଖୋଜ ହୋଇଯାଇଥିବା ସ୍ତ୍ରୀକୁ ଫେରି ପାଇ ଖୁସିରେ ଆତ୍ମହରା ହେଲେ ସ୍ୱାମୀ