ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସି ରହିଥିବା ଡ଼ଙ୍ଗାରୁ ଯାତ୍ରୀଙ୍କୁ ଉଦ୍ଧାର କଲା ଆଉ ଏକ ଡ଼ଙ୍ଗା

0
397
passengers-rescued-from-chilika-lake after boat-stopped

ଖୋର୍ଦ୍ଧା: ଯାନ୍ତ୍ରୀକ ତୃଟି ଯୋଗୁଁ ମଝି ଚିଲିକାରେ ଫସି ରହିଥିବା ଡ଼ଙ୍ଗାରୁ ଆଉ ଏକ ଡ଼ଙ୍ଗା ସାହାଯ୍ୟରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଯାନ୍ତ୍ରିକ ତୃଟି ଯୋଗୁଁ ପାଖାପାଖି ଅଧଘଂଟା ଧରି ଅଟକି ରହିଥିଲା ଡ଼ଙ୍ଗା । ଡଙ୍ଗାଟି ଜହ୍ନିକୁଦା ଘାଟ ଠାରୁ ୧୨:୪୫ ମିନିଟି ସମୟରେ ସାତପଡା ଅଭିମୁଖେ ବାହାରିଥିଲା । ଯାନ୍ତ୍ରୀକ ତୃଟି କାରଣରୁ ଜହ୍ନିକୁଦା ନିକଟ ଚିଲିକାରେ ୩୦ମିନିଟି ଧରି ଅଟକି ରହିଥିଲା ଏହି ଡଙ୍ଗାଟି ।

ଜହ୍ନିକୁଦରୁ ୫ଶହ ମିଟର ଆସିବା ପରେ ଡଙ୍ଗାରେ ସମସ୍ୟା ଦେଖାଦେଇଥିଲା । ଯାନ୍ତ୍ରିକ ତୃଟି ଯୋଗୁଁ ଡଙ୍ଗାଟି ମଝି ଚିଲିକାରେ ଫସି ରହିଥିଲା । ଡଙ୍ଗାରେ ଥିବା ଯାତ୍ରୀମାନେ ଭୟଭିତ ଅବସ୍ଥାରେ ରହିଥିଲେ । ତେବେ ସେମାନଙ୍କୁ ଆଉ ଏକ ଡ଼ଙ୍ଗା ସାହାଯ୍ୟରେ ଉଦ୍ଧାର କରାଯାଇଛି ।

Also Read  ଏଥର ଟ୍ୱିଟର ବ୍ୟବହାର କରିବାକୁ ହେଲେ ଦେବାକୁ ପଡ଼ିବ ଟଙ୍କା- ଏଲନ ମସ୍କ

LEAVE A REPLY

Please enter your comment!
Please enter your name here