ସମୁଦ୍ରରେ ଗାଧୋଉଥିବାବେଳେ ଦଂଶନ କଲା ଜେଲି ଫିସ୍, ୫ ପର୍ଯ୍ୟଟକ ଆହତ

0
236
poisonous-jellyfishes-attack-tourist-in-puri-sea

ପୁରୀ: ପୁରୀ ସମୁଦ୍ରରେ ଗାଧୋଉଥିବା ସମୟରେ ଜେଲିଫିସ ଦଂଶନ କରିବାରୁ ୫ ଜଣ ପର୍ଯ୍ୟଟକ ଆହତ ହୋଇଥିବା ନେଇ ସୂଚନା ମିଳିଛି । ସମସ୍ତେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଜି ମଧ୍ୟାହ୍ନ ସମୟରେ ଚୈତନ ଛକ ବେଳାଭୂମିଠାରୁ ଲାଇଟ୍ ହାଉସ ବେଳାଭୂମି ସମୁଦ୍ରରେ ପର୍ଯ୍ୟଟକ ଗାଧୋଉଥିଲେ। ଏହି ସମୟରେ କିଛି ପର୍ଯ୍ୟଟକ ଜେଲିଫିସ ଆକ୍ରମଣର ଶିକାର ହୋଇଛନ୍ତି । ଜେଲିଫିସର ଲାଳ ଲାଗି ସେମାନେ ଆହତ ହୋଇଥିବା ଜଣାପଡିଛି । ଜେଲିଫିସର ଲାଳ ଲାଗିବା ଫଳରେ ଦେହ ହାତ ଜଳା ପୋଡା ହୋଇଥିଲା । ଏଥିରେ ପଶ୍ଚିମବଙ୍ଗ ଓ କିଛି ଓଡିଆ ପର୍ଯ୍ୟଟକ ଆହତ ହୋଇଛନ୍ତି । ସେମାନଙ୍କ ସହ ସମୁଦ୍ର ସ୍ନାନ କରୁଥିବା ସମ୍ପର୍କିୟମାନେ ତୁରନ୍ତ ଆହତମାନଙ୍କ ଧରି ଡାକ୍ତରଖାନାରେ ପହଞ୍ଚି ଥିଲେ। ସେଠାରେ ଡାକ୍ତର ଆହତମାନଙ୍କ ଚିକିତ୍ସା କରିଥିଲେ।

Also Read  ବଢ଼ିଲା ଅନୁକମ୍ପା ରାଶି : ନିର୍ବାଚନ ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ

LEAVE A REPLY

Please enter your comment!
Please enter your name here