ପପ୍ ଗାୟକ ଜଷ୍ଟିନ ବିବର୍ ମୁଖ ପକ୍ଷାଘାତର ଶିକାର

0
484
Justin Bieber reveals facial paralysis

ନ୍ୟୁୟର୍କ: ଜଷ୍ଟିନ୍ ବିବରଙ୍କ ଫ୍ୟାନକୁ ବଡ଼ ଝଟକା । ଆଉ ହସି ପାରୁନାହାନ୍ତି କି ଠିକରେ ଆଖି ଖୋଲି ପାରୁନାହାନ୍ତି ଜଷ୍ଟିନ୍, । ୨୮ ବର୍ଷୀୟ ଲୋକପ୍ରିୟ ହଲିଉଡ୍ ଗାୟକ ଜଷ୍ଟିନ ବିବରଙ୍କୁ ହୋଇଛି ଭୟଙ୍କର ରୋଗ । ପପ୍ ଗାୟକ ଜଷ୍ଟିନ ବିବର୍ ମୁଖ ପକ୍ଷାଘାତରେ ପୀଡ଼ିତ । ତେଣୁ ଏହି ସପ୍ତାହର ଶୋ’ ତାଙ୍କୁ ବାତିଲ କରିବାକୁ ପଡ଼ିଛି । ୨୮ ବର୍ଷ ବୟସ୍କ ଏହି ଲୋକପ୍ରିୟ ଗାୟକ ଏକ ଇନଷ୍ଟାଗ୍ରାମ ଭିଡିଓରେ ତାଙ୍କ ମୁଖ ପକ୍ଷାଘାତ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ‘ରାମସେ ହଣ୍ଟ୍ ସିଣ୍ଡ୍ରୋମ୍’ ଯୋଗୁଁ ଏହି ଅବସ୍ଥା ଘଟିଛି।

ସେ ଏହି ଭିଡ଼ିଓରେ କହୁଛନ୍ତି, “ଯେପରି ଆପଣ ଦେଖୁଥିବେ ମୁଁ ଗୋଟିଏ ଆଖି ପକାଇ ପାରୁନି। ମୁଁ ମୋ ମୁହଁର ଗୋଟିଏ ପାର୍ଶ୍ୱରେ ମଧ୍ୟ ହସି ପାରୁନାହିଁ, ତେଣୁ ମୋ ମୁହଁର ଗୋଟିଏ ପାର୍ଶ୍ୱ ସଂପୂର୍ଣ୍ଣ ପକ୍ଷାଘାତ ହୋଇଯାଇଛି। ” ବିଶେଷଜ୍ଞମାନେ କହିଛନ୍ତି ଯେ ଜଣେ ‘ରାମସେ ହଣ୍ଟ୍ ସିଣ୍ଡ୍ରୋମ୍’ରେ ସେତେବେଳେ ଆକ୍ରାନ୍ତ ହୁଅନ୍ତି ଯେତେବେଳେ ସିଙ୍ଗଲେସ୍ (ଏକ ପ୍ରକାର ଚର୍ମରୋଗ) ରୋଗର କାନ ପାଖରେ ଥିବା ମୁଖର ସ୍ନାୟୁକୁ ପ୍ରଭାବିତ କରିଥାଏ |

ବିବର ଜଷ୍ଟିସ୍ ୱାର୍ଲ୍ଡ ଟୁରର ତିନୋଟି ଶୋ’କୁ ଏହି ସପ୍ତାହ ପୂର୍ବରୁ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଥିଲା | କାନାଡାର ଏହି ପପ୍ ଷ୍ଟାର୍ ତାଙ୍କ ମୁହଁର ଡାହାଣ ପାର୍ଶ୍ୱକୁ ଦେଖାଇଥିବା ତିନି ମିନିଟର ଭିଡିଓରେ କହିଛନ୍ତି ଯେ ଏହି ଭାଇରସ୍ ମୋ କାନ ଉପରେ ଏବଂ ମୋର ମୁଖ ସ୍ନାୟୁ ଉପରେ ଆକ୍ରମଣ କରିଛି ଏବଂ ମୋର ମୁଖ ପକ୍ଷାଘାତ ହୋଇଛି।

Also Read  ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୧୧୪ ପୌରସଂସ୍ଥା ଏବଂ ୩୩ ଆଇଟିଆଇ ମଧ୍ୟରେ ଏମଓୟୁ