ରାଷ୍ଟ୍ରପତି ନିର୍ବାଚନ ଆଜି

0
401

ଆଉ କିଛି ସମୟ ଭିତରେ ଦେଶର ୧୫ତମ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ଆଜି ଭୋଟ୍‌ ଗ୍ରହଣ ହେବ ହେବ। 44ଟି ରାଜନୈତିକ ଦଳ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ନେଇ ଯେଉଁ ଘୋଷଣା କରିଛନ୍ତି । ମିଳିତ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ 34 ଦଳ ସମର୍ଥନ କରୁଛନ୍ତି । ସେହି ଆଧାରରେ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିରୋଧୀ ଦଳ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କ ଠାରୁ ଆଗରେ ଅଛନ୍ତି।

ମୁର୍ମୁଙ୍କ ସପକ୍ଷରେ ୬୦ ପ୍ରତିଶତରୁ ଅଧିକ ଭୋଟ୍‌ ପଡ଼ିବ ବୋଲି ଆଶା କରାଯାଉଛି। ମୋଟ୍ ୧୦ ଲକ୍ଷ ୮୬ ହଜର ୪୩୧ ମୂଲ୍ୟଭୋଟ ମଧ୍ୟରୁ ମୁର୍ମୁଙ୍କ ସପକ୍ଷରେ ୬ ଲକ୍ଷ ୬୭ ହଜାରରୁ ଅଧିକ ମୂଲ୍ୟଭୋଟ୍ ମିଳିବାର ସମ୍ଭାବନା ରହିଛି। ବିଜେଡି ସମେତ ତେଲୁଗୁ ଦେଶମ, ଶିବ ସେନା, ଜେଏମଏମ୍ , ଅକାଳି ଦଳ, ଶିବସେନା, ଓ୍ବାଇଏସଆର କଂଗ୍ରେସ ଭଳି ଅନେକ ଆଞ୍ଚଳିକ ଦଳ ସମର୍ଥନ ଜଣାଇଛନ୍ତି। ସକାଳ 10ଟାରୁ ଭୋଟିଂ ଆରମ୍ଭ ହେବ

Also Read  ଖୁବଶୀଘ୍ର ତାତିରୁ ମିଳିବ ତ୍ରାହି: ଆଣ୍ଡାମାନ ସାଗରରେ ପହଞ୍ଚିଲା ମୌସୁମୀ ବାୟୁ