ସ୍ମୃତି ଇରାନୀ କି ତାଙ୍କ ଝିଅ ରେଷ୍ଟୁରାଣ୍ଟର ମାଲିକ ନୁହଁନ୍ତି , ଗୋଆ ବାର୍‌ ବିବାଦ ଉପରେ ହାଇକୋର୍ଟଙ୍କ ଟିପ୍ପଣୀ

0
124

ନୂଆଦିଲ୍ଲୀ : ଗୋଆ ରେଷ୍ଟୁରାଣ୍ଟ ବାର୍‌ ବିବାଦ ଭିତରେ ଦିଲ୍ଲୀ ହାଇକୋର୍ଟ ବଡ଼ ଟିପ୍ପଣୀ ଦେଇଥିଲେ। ହାଇକୋର୍ଟ କହିଛନ୍ତି , କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ତାଙ୍କ ଝିଅ ଏହି ରେଷ୍ଟୁରାଣ୍ଟର ମାଲିକ ନୁହଁନ୍ତି । ସେ କେବେବି ଏହି ରେଷ୍ଟୁରାଣ୍ଟ ସମ୍ୱନ୍ଧରେ କୌଣସି ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। କହି ରଖୁଛୁ କି , ଦିଲ୍ଲୀ ହାଇକୋର୍ଟରେ ଏହି ମାମଲାର ଶୁଣାଣି ଶୁକ୍ରବାର (୨୯ ଜୁଲାଇ) ହୋଇଥିଲା, ଯାହାର ଡିଟେଲ ଅର୍ଡର ଏବେ ସାମ୍ନାକୁ ଆସିଛି।

ଦିଲ୍ଲୀ ହାଇକୋର୍ଟରେ ଏହି ଟିପ୍ପଣୀ ବିଚାରପତି ମିନୀ ପୁଷ୍କର୍ଣ୍ଣ କରିଛନ୍ତି । ସେ କଂଗ୍ରେସ ନେତା ଜୟରାମ ରମେଶ ,ପବନ ଖେଡ଼ା ଓ ନେଟ୍ଟା ଡିସୁଜାଙ୍କୁ ସମନ ପଠାଇଛନ୍ତି । ଏହି ସମନ ସ୍ମୃତି ଇରାନୀଙ୍କ ପକ୍ଷରୁ ଦାୟର ମାନହାନି ମୋକଦମା ଉପରେ ପଠାଯାଇଛି। ଇରାନୀ ୨କୋଟି ଟଙ୍କାର ମାନହାନି ନୋଟିସ୍‌ ଏହି ନେତାମାନଙ୍କୁ ପଠାଇଛନ୍ତି। କୋର୍ଟ ଶୁକ୍ରବାର ଶୁଣାଣି ବେଳେ ଆଦେଶ ଦେଇଥିଲେ କି, କଂଗ୍ରେସ ନେତା ପବନ ଖେଡ଼୍ଡା ସ୍ମୃତି ଇରାନୀଙ୍କର ଝିଅ ସଂପର୍କିତ ଟ୍ୱିଟ୍‌କୁ ତୁରନ୍ତ ଡିଲିଟ୍‌ କରନ୍ତୁ ।

ହାଇକୋର୍ଟ ମାମଲା ଉପରେ ନିଷ୍ପତ୍ତି ଶୁଣାଇ କହିଛନ୍ତି , ଗୋଆର ସେହି ରେଷ୍ଟୁରାଣ୍ଟ ଓ ଏହାର ଜମି ସ୍ମୃତି ଇରାନୀଙ୍କର ନୁହେଁ କି ତାଙ୍କ ଝିଅର ନୁହେଁ । କୋର୍ଟ କହିଛନ୍ତି , ପ୍ରତିପକ୍ଷ(କଂଗ୍ରେସର ତିନି ନେତା) ର ଲୋକେ ଅନ୍ୟ କିଛି ଲୋକଙ୍କ ସହ ମିଶି ମିଛ କଥା କହିଛନ୍ତି । ଏହାସହ ସ୍ମୃତି ଇରାନୀ ଓ ତାଙ୍କର ଝିଅ ଉପରେ ବ୍ୟକ୍ତିଗତ ଭାବେ ଆକ୍ରମଣ ବି କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ଏହା ମାନିଛନ୍ତି କି, ଏମିତି କରି ସ୍ମୃତି ଇରାନୀଙ୍କ ଛବିଙ୍କୁ ଖରାପ କରିବାର କାମ କରାଯାଇଛି। ଦିଲ୍ଲୀ ହାଇକୋର୍ଟଙ୍କ ମୁତାବିକ, ପ୍ରକୃତ ତଥ୍ଯ ବିଷୟରେ ନଜାଣି ବଡ଼ ଅଭିଯୋଗ ଲଗାଯାଇ ଥିଲା, ଯାହାର କାରଣରୁ ସ୍ମୃତି ଇରାନୀ ଓ ତାଙ୍କ ପରିବାରର ଛବିକୁ କ୍ଷତି ପହଞ୍ଚିଛି।

ସେପଟେ ସ୍ମୃତି ଇରାନୀଙ୍କ ଦ୍ୱାରା ଦାଖଲ ସିଭିଲ ମାନହାନି ମାମଲାରେ ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ଜୟରାମ ନରେଶ , ପବନ ଖେଡ୍ଡା ଓ ନେଟ୍ଟା ଡିସୁଜାଙ୍କୁ ସମନ ଜାରି କରି ଆଗାମୀ ଶୁଣାଣିର ଜବାବ ସହ ହାଜର ହେବାକୁ କହିଛନ୍ତି। ମାନହାନର ସିଭିଲ ସୁଟ୍‌ ହେବା କାରଣରୁ ସମନ ମଧ୍ୟ ଜାରି କରାଯାଇଛି । ଆଗାମୀ ଶୁଣାଣି ଏବେ ୧୮ ଅଗଷ୍ଟରେ ହେବ।

Also Read  ଆଫଗାନିସ୍ତାନ-ତାଜିକିସ୍ତାନ ସୀମାନ୍ତରେ ଭୂମିକମ୍ପ

LEAVE A REPLY

Please enter your comment!
Please enter your name here