ଜାମ୍ମୁ ଓ କଶ୍ମୀର ସୀମାରେ ଠାବ ହେଲା ସନ୍ଦିଗ୍ଧ ସୁଡ଼ଙ୍ଗ

0
253
suspected tunnel-discovered by BSF in-jammu-and-kashmir-samba

ଶ୍ରୀନଗର: ଭାରତୀୟ ସୀମାରୁ ପାକିସ୍ତାନକୁ ଲମ୍ବିଛି ସୁଡଙ୍ଗ। ଜମ୍ମୁ-କଶ୍ମୀର ସୀମା ନିକଟ ସାମ୍ବା ବର୍ଡରରୁ ଏକ ସନ୍ଦିଗ୍ଧ ସୁଡଙ୍ଗର ସନ୍ଧାନ ମିଳିଛି। ବିଏସଏଫ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟା ପ୍ରାୟ ସାଢେ ୫ଟା ସମୟରେ ଚକ ଫକିରାର ସୀମା ଅଞ୍ଚଳରେ ସୈନିକମାନେ ଏକ ସନ୍ଦିଗ୍ଧ ସୁଡଙ୍ଗ ଚିହ୍ନଟ କରିଥିଲେ । ଏନେଇ ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସାମ୍ବାରେ ଥିବା ବାଡ଼ ନିକଟରେ ଏକ କ୍ଷେତରେ ଏହି ସୁଡଙ୍ଗ ମିଳିଛି । ସନ୍ଦିଗ୍ଧ ସୁଡଙ୍ଗର କିଛି ଫଟୋ ମଧ୍ୟ ସେ ସେୟାର କରିଛନ୍ତି ।

ସୁଡ଼ଙ୍ଗ ସମ୍ପର୍କରେ ଖୋଳତାଡ଼ ଜାରି ରହିଛି ଏବଂ ଏହା କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହାର ସନ୍ଧାନ କାର୍ଯ୍ୟ ଜାରି ରହିଛି । ସୀମାନ୍ତରେ ଥିବା ଚକ୍ ଫକିରା ଚେକ୍ ପୋଷ୍ଟଠାରୁ ୩୦୦ ମିଟର ଦୂର ତଥା ଭାରତୀୟ ଗ୍ରାମଠାରୁ ମାତ୍ର ୭୦୦ ମିଟର ଦୂରରେ ଠାବ ହୋଇଛି ଏହି ସୁଡ଼ଙ୍ଗ । ଦୁଇ ଜଣ ଜୈସ ଆତଙ୍କବାଦୀ ଏନକାଉଣ୍ଟରରେ ପ୍ରାଣ ହରାଇବା ପରେ ଗତ ଏପ୍ରିଲ ୨୨ରେ ଜାମ୍ମୁର ସୁଞ୍ଜଓ୍ୱାନ ଇଲାକାରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଥିଲା ।

Also Read  ନନ୍ଦନକାନନରେ ୧୦ ମାସର ରକି ଅସୁସ୍ଥ

LEAVE A REPLY

Please enter your comment!
Please enter your name here