ୟୁକ୍ରେନକୁ ଯେଉଁ ଦେଶ ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଇବ, ତାହାକୁ ଟାର୍ଗେଟ କରାଯିବ : ପୁଟିନ

0
115

ମସ୍କୋ : ୟୁକ୍ରେନକୁ ଦୂରଗାମୀ ରକେଟ ସିଷ୍ଟମ ଏମ-୧୪୨ ହିମାର୍ସ ଯୋଗାଣ ପାଇଁ ଆମେରିକା ଘୋଷଣା କରିବା ପରେ ରୁଷ ତାହାର ଜବାବ ଦେଇଛି । ଯେଉଁ ଦେଶ ୟୁକ୍ରେନକୁ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଦାନ କରିବ ସେହି ଦେଶକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ କରାଯିବ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି । ସେ କହିଛନ୍ତି ଯଦି ଏପରି କ୍ଷେପଣାସ୍ତ୍ର ୟୁକ୍ରେନକୁ ଦିଆଯାଏ, ତେବେ ଆମେ ଏପରି ଟାର୍ଗେଟକୁ ମାଡ କରିବୁ ଯାହା ଉପରେ ପୂର୍ବରୁ ମାଡ କରାଯାଇନଥିଲା । ଏକ ରୁଷୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଦେଇ ପାଶ୍ଚାତ୍ୟ ଦେଶମାନେ ଯୁଦ୍ଧକୁ ଆହୁରି ବଢାଇବାକୁ ଚାହୁଁଛନ୍ତି ।

ୟୁକ୍ରେନ୍‌କୁ ଦୂରଗାମୀ ରକେଟ୍‌ ସିଷ୍ଟମ୍‌ ପଠାଇବା ଲାଗି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ରାଜି ହୋଇଛନ୍ତି। ଏହା ହେଉଛି ୟୁକ୍ରେନ୍‌କୁ ୭୦୦ ନିୟୁତ ଡଲାର୍‌ର ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଆମେରିକା ଦେଇଥିବା ପ୍ରତିଶ୍ରୁତିର ଅଂଶବିଶେଷ। ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି, ରୁଷ୍‌ ମଧ୍ୟକୁ ନିକ୍ଷେପ କରିବ ନାହିଁ ବୋଲି ୟୁକ୍ରେନ୍‌ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ପ୍ରାୟ ୮୦ କିଲୋମିଟର୍‌ ଦୂରରେ ଥିବା ଲକ୍ଷ୍ୟ ଭେଦ କରି ଉନ୍ନତ ଧରଣର ‘ଆଟିଲେରି ରକେଟ୍‌ ସିଷ୍ଟମ୍‌’ ଦେବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ରାଜି ହୋଇଛି।

Also Read  ଆସନ୍ତା ୨୪ ଘଣ୍ଟା ଭିତରେ ମୈାସୁମୀ ଛୁଇଁବ ଓଡ଼ିଶା

LEAVE A REPLY

Please enter your comment!
Please enter your name here