ବିଧାନସଭାରେ ୨୦୨୨-୨୩ ପାଇଁ ରାଜ୍ୟ ବଜେଟ ଉପସ୍ଥାପିତ

0
124

ଭୁବନେଶ୍ବର : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୨-୨୩ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି । ପୂର୍ବ କିଛି ବର୍ଷ ପରି ଏଥର ମଧ୍ୟ ବଜେଟକୁ ଦୁଇଭାଗରେ ବିଭକ୍ତ କରାଯାଇଛି । ବଜେଟର ପ୍ରଥମ ଭାଗ କୃଷି ବଜେଟ ହୋଇଥିବାବେଳେ ଦ୍ବିତୀୟ ଭାଗ ସାଧାରଣ ବଜେଟ କୁହାଯାଉଛି ।

ଗତ ମାର୍ଚ୍ଚ ୩୦ରେ ରାଜ୍ୟ ସରକାର ୪ ମାସ (ଏପ୍ରିଲ-ଜୁଲାଇ) ପାଇଁ ୧ ଲକ୍ଷ ୬ ହଜାର ୪୯୮ କୋଟିର ଏକ ଲେଖାନୁଦାନ ବା କାମଚଳା ବଜେଟ୍ ଆଗତ କରିଥିଲେ । ଫେବ୍ରୁଆରି ଓ ମାର୍ଚ୍ଚମାସରେ ପଞ୍ଚାୟତିରାଜ ଓ ପୌର ନିର୍ବାଚନ କାରଣରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା। ଏଣୁ ଓଡ଼ିଶା ବିଧାନସଭାରେ ଅନୁସୃତ ବ୍ୟବସ୍ଥା ଅନୁସାରେ ବଜେଟ୍ ସଂପର୍କିତ ବୈଧାନିକ ପ୍ରକ୍ରିୟା (ବଜେଟ୍ ଉପସ୍ଥାପନ, ବିଚାର ବିମର୍ଶ, ବ୍ୟୟ ମଞ୍ଜୁରି ବିଧେୟକ) ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ପାରିତ ହେବା ସମ୍ଭବ ନଥିଲା। ଏଣୁ ସରକାର ଏକ ଲେଖାନୁଦାନ ଆଗତ କରିଥିଲେ । କିନ୍ତୁ ଅର୍ଥମନ୍ତ୍ରୀ ଆଜି ( ଜୁଲାଇ ୨) ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଛନ୍ତି ।

Also Read  ଆଜି ଘୁର୍ଣ୍ଣିବଳୟ ସୃଷ୍ଟି ହେବା ଆଶଙ୍କା, ଟୁଇଟ୍ କରି ମନ୍ତ୍ରୀ ଦେଲେ ପରାମର୍ଶ

LEAVE A REPLY

Please enter your comment!
Please enter your name here