ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ଭଉଁରୀ ଉତ୍ସବ: ରଥଖଳାରେ ଅନୁଷ୍ଠିତ ହେବ ଚକ-ଅଖ ଡେରା ନୀତି

0
543
today bhaunri-niti-at-srikhetra puri

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ଭଉଁରୀ ଉତ୍ସବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ନୀତିକାନ୍ତି ସରିବା ପରେ ଅପରାହ୍ନ ୧ଟା ୩୦ରେ ବିମାନ ବିଜେ, ୨ଟାରେ ବିମାନ ଉଠିବା ନୀତି ନିର୍ଘଣ୍ଟ ହୋଇଛି। ପାରମ୍ପରିକ ବାଦ୍ୟ ତଥା ଭଜନ, କୀର୍ତ୍ତନ ପଟୁଆାରରେ ମଦନମୋହନ, ରାମକୃଷ୍ଷ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚମହାଦେବ ନରେନ୍ଦ୍ର ପୁଷ୍କରଣୀକୁ ଯିବେ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୨୧ଦିନ ବ୍ୟାପି ବାହାର ଚନ୍ଦନଯାତ୍ରାର ଅନ୍ତିମ ଦିବସରେ ଭଉଁରୀଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଜି ପରମ୍ପରା ଅନୁଯାୟୀ ମଦନମୋହନ, ବଳରାମ, କୃଷ୍ଣ, ଶ୍ରୀଦେବୀ ଓ ଭୂଦେବୀଙ୍କ ସମେତ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ୱର, ଶ୍ରୀନୀଳକଣ୍ଠେଶ୍ୱର, ଶ୍ରୀଜମ୍ବେଶ୍ୱର ଏବଂ ଶ୍ରୀକପାଳମୋଚନଙ୍କୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବେ। ଭଉଁରୀ ଦିନ ଦିନଚାପ ପରେ ଶ୍ରୀଜୀଉ ମାନେ ଶେଷଥର ପାଇଁ ଚନ୍ଦନ କୁଣ୍ଡରେ ଜଳକ୍ରୀଡ଼ା କରିବେ।

ରମ୍ପରା ଅନୁଯାୟୀ ଭଉଁରୀଦିନ ସକାଳଧୂପ ହେବାପରେ ପୂଜାପଣ୍ଡାମାନେ ଶ୍ରୀଜୀଉମାନଙ୍କ ଆଜ୍ଞାମାଳଧରି ରଥଖଳାକୁ ବିଜେ କରିବେ । ସେଠାରେ ଶ୍ରୀଅଙ୍ଗଲାଗି ଏହି ଆଜ୍ଞାମାଳଗୁଡ଼ିକୁ ମହାରଣା ସେବକମାନେ ପାଇବାପରେ ନିର୍ମାଣାଧିନ ତିନିରଥର ତିନୋଟି ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରାଯିବ । ଭଉଁରୀଯାତ୍ରା ପରଦିନ ଶ୍ରୀଜୀଉମାନଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହୋଇଥାଏ ।ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଚାପଡଙ୍ଗାକୁ ବିଜେକରି ହଳଦୀପାଣୀ ପିଚକାରୀ ଖେଳିବେ । ଏହିଦିନ ଉତ୍କଳ ରେ ସର୍ବତ୍ର ଭଉଁରୀଯାତ୍ରା ଅନୁଷ୍ଠିତ ହେବ।

ପବିତ୍ର ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଆରମ୍ଭ ହୋଇଛି । ପରମ୍ପରା ଅନୁଯାୟୀ ତିନୋଟି ରଥର ଦୁଇଟି ଚକରେ ଗୋଟିଏ ଲେଖାଏଁ ଅଖ ସଂଯୋଗ ହୋଇ ଚକ ଅଖ ଡେରା ନୀତି ସମ୍ପାଦନ କରାଯିବ । ଏନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ନୀତି ବଢିବା ପରେ ତିନି ବାଡ଼ରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ରଥ ଖଳାରେ ବିଜେ କରିବେ । ଆଜ୍ଞା ମାଳ ବିଜେ ପରେ ବିଜେ କାହାଳି ବାଜି ଚକ ଅଖ ଡେରା ନୀତି ସମ୍ପର୍ଣ କରାଯିବ । ମହାରଣା ସେବକଙ୍କ ଉପସ୍ଥିତିରେ ଭୋଇ ସେବକମାନେ ଏହି ନୀତି ସମ୍ପାଦନ କରିବେ । ରଥ ଖଳାକୁ ସ୍ୱତନ୍ତ୍ର ପଟୁଆରାରେ ଆଜ୍ଞା ମାଳ ବିଜେ କରାଯିବ ।

Also Read  Tigress Zeenat Released Into Core Area of Similipal