ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଧରାକୋଟ ବାଖରକଟା ଗାଁରେ ଝାଡାବାନ୍ତି ଆତଙ୍କ। ସୂଚନା ଅନୁସାରେ ଗାଁର ପ୍ରାୟ ୫୦ରୁ ଅଧିକ ଛାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ଯୁ ଘଟିଛି। ଖାଦ୍ୟରେ ବିଷକ୍ରିୟା ହେତୁ ଅସୁସ୍ଥ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ଗାଁରେ ଅନୁଷ୍ଠିତ ହୋଇଥିବା ଦଣ୍ଡ ନାଚର ପଣା ପିଇ ଏପରି ଝାଡାବାନ୍ତି ବ୍ୟପିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା ଧରାକୋଟ ମେଡିକାଲ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି। ପିରିସ୍ଥିତି ଉପରେ ନଜର ରଖିବାକୁ ଗାଁରେ ଅସ୍ଥାୟୀ ମେଡିକାଲ ଖୋଲିଛି।
ଆଜି RWSS ଗାଁ ରେ ପହଞ୍ଚି ବିଭିନ୍ନ ସ୍ଥାନର ଜଳର ନମୁନା ସଂଗ୍ରହ କରିବ। ଏହାପରେ ପ୍ରକୃତ କାରଣ କ’ଣ ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ସେପଟେ ଏହାକୁ ନେଇ ଗାଁରେ ଆତଙ୍କ ଖେଳିଯାଇଛି। କୌଣସି ଦେବତାଙ୍କ କୋପ ଦୃଷ୍ଟି ପଡିବା ଫଳରେ ଏପରି ଘଟଣା ଘଟିଛି ବୋଲି ଗାଁ ଲୋକେ ବିଶ୍ୱାସ କରୁଛନ୍ତି।

























