ନୂଆଦିଲ୍ଲୀ: ଚଳିତ ବର୍ଷ ଓସ୍ମାର ସମାରୋହରେ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ ହୋଇଥିବା ୱିଲ ସ୍ମିଥ୍ ଶୁକ୍ରବାର ଏକାଡେମୀ ଅଫ୍ ମୋସନ୍ ପିକ୍ଚର ଆର୍ଟସ୍ ଆଣ୍ଡ ସାଇନ୍ସେସ୍ (ଏଏମପିଏଏସ୍)ରୁ ଇସ୍ତଫା ଦେଇଛନ୍ତି । ସ୍ମିଥଙ୍କ ଇସ୍ତଫା ପତ୍ରକୁ ଏକାଡେମୀ ପକ୍ଷରୁ ଗ୍ରହଣ କରାଯାଇଥିବା ଏଏମପିଏଏସର ସଭାପତି ଡେଭିଡ୍ ରୁବିନ କହିଛନ୍ତି । ଏନେଇ ଏକାଡେମୀ ପକ୍ଷରୁ ଆଗାମୀ ଆଲୋଚନା ଏପ୍ରିଲ ୧୮ ରେ ହେବାକୁ ଥିବାବେଳେ ଓସ୍କାରରେ ହିଂସା ଭିଆଇବା ଘଟଣାରେ ସ୍ମିଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୁବିନ କହିଛନ୍ତି ।
ଓସ୍କାର ନାଇଟରେ କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ପରେ ୱିଲ୍ ସ୍ମିଥ୍ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ସରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ତାଙ୍କ ଆଚରଣ ପାଇଁ ଅରଗାନାଇଜେସନ୍ ଦ୍ୱାରା ଯାହା ବି ଦଣ୍ଡ ଦିଆଯିବ ସେ ଗ୍ରହଣ କରିବେ। ୱିଲ୍ ସ୍ମିଥ୍ ତାଙ୍କ ବିବୃତ୍ତିରେ କହିଛନ୍ତି, ‘ମୁଁ ଏକାଡେମୀର ବିଶ୍ୱାସ ଭାଙ୍ଗିଛି। ମୁଁ ବାକି ପ୍ରାର୍ଥୀ ଏବଂ ବିଜେତାମାନଙ୍କୁ ସେମାନଙ୍କର ଅସାଧାରଣ କାମ ପାଇଁ ସେଲିବ୍ରେଟ୍ କରିବାର ସୁଯୋଗରୁ ବଞ୍ଚିତ କରିଛି। ମୋର ହୃଦୟ ଭାଙ୍ଗି ଯାଇଛି। ମୁଁ ସେହି ଲୋକମାନଙ୍କ ଉପରେ ଧ୍ୟାନ ଦେବାକୁ ଚାହେଁ, ଯେଉଁମାନେ ସେମାନଙ୍କର ସଫଳତା ପାଇଁ ଆଟେନସନ୍ ପାଇବାକୁ ଯୋଗ୍ୟ ଏବଂ ଫିଲ୍ମରେ କ୍ରିଏଟିଭିଟି ଓ ଚିତ୍ରକଳାକୁ ସପୋର୍ଟ କରିବା ପାଇଁ ଏକାଡେମୀକୁ ଅବିଶ୍ୱସନୀୟ କାର୍ଯ୍ୟ କରିବାକୁ ଅନୁମତି ଦିଅନ୍ତି ।’