ବାହାଘରରୁ ଫେରିବା ବେଳେ ଦୁର୍ଘଟଣାରେ ୨ ମୃତ, ୩ ଆହତ

0
954

ମୟୂରଭଞ୍ଜ: ବାହାଘରରୁ ଫେରିବା ବେଳେ ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହେଲା ବୋଲେରୋ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୩ ଜଣ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା– ଆନନ୍ଦପୁର ରାସ୍ତାର ତରାମରା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ମୃତକମାନେ ହେଲେ କ୍ଷେତ୍ରବାସୀ ମହାରଣା ଓ କୁଳମଣି ଦାସ । ଆହତମାନଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଭିତରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ମୃତହମାନେ ଗୁଡଭଙ୍ଗାରୁ ଶୁକୃଳି ବରଯାତ୍ରୀ ଯାଇ ଫେରୁଥିଲେ । ଏତିକିବେଳେ ତରାମରା ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହୋଇଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ବୋଲେରୋଟି ଭାଙ୍ଗି ଚୁରମାର ହୋଇଯାଇଛି ।

Also Read  ଗ୍ରୀଷ୍ମ ଋତୁ ଏବଂ ମୌସୁମୀ ଋତୁକୁ ଆଖି ଆଗରେ ରଖି ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ

LEAVE A REPLY

Please enter your comment!
Please enter your name here