- ୨ଠ୧୯-୨ଠରେ ଅଧାରୁ ପାଠ ଛାଡ଼ିଛନ୍ତି ୮୧୬୮ ପିଲା
- ୨୮.୮୭% ଛାତ୍ରଛାତ୍ରୀଙ୍କ ପାଖରେ ଅଛି ସ୍ମାର୍ଟଫୋନ୍ ସୁବିଧା
ଭୁବନେଶ୍ୱର : ରାଜ୍ୟରେ ଅଧାରୁ ପାଠ ପଢ଼ା ଛାଡ଼ୁଛନ୍ତି ପିଲା । ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍ତରରେ ଡ୍ରପ୍ ଅ।ଉଟ୍ ପିଲାଙ୍କ ସଂଖ୍ୟା ୪୯,ଠ୯୮ । ଅନ୍ୟପକ୍ଷରେ ମହାମାରୀ କରୋନା ସମୟରେ ଅନ୍ଲାଇନ୍ ଶିକ୍ଷାଦାନକୁ ଗୁରୁତ୍ୱ ଦିଅ ।ଯାଉଛି । ହେଲେ ମାତ୍ର ୨୮.୮୭ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ସୁବିଧା ରହିଛି । ବିଧାନସଭାରେ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉ ର ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ପ୍ରଦାନ କରିଛନ୍ତି ।
ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ୪୯ଠ୯୮ ଡ୍ରପ୍ ଅ ।ଉଟ୍ଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲାର ସର୍ବାଧିକ ୬୭୩୧ ଛାତ୍ରଛାତ୍ରୀ ରହିଥିବାବେଳେ ମୟୂରଭଞ୍ଜରେ ସବୁଠୁ କମ୍ ୧୩ ପିଲା ଅଧାରୁ ପାଠପଢ଼ାରେ ଡୋରି ବାନ୍ଧିଛନ୍ତି । ଏହାସହ ଅନୁଗୁଳରେ ୨୭୧୫, ବରଗଡ଼ରେ ୨୬୭୯, ଗଞ୍ଜାମରେ ୨୩୬୩, କୋରାପୁଟରେ ୩୫୮୭, ମାଲକାନଗିରିରେ ୨ଠ୨ଠ, ନୂଅ।ପଡ଼ାରେ ୨୩୫ଠ, ସୁନ୍ଦରଗଡ଼ରେ ୩୪୨୬, ଜଗତସିଂହପୁରରେ ୧୩୬୪, ଖୋର୍ଦ୍ଧାରେ ୧୭୩୪, କଟକରେ ୧୯ ପିଲା ପାଠପଢ଼ାରୁ ବିମୁଖ ହୋଇଛନ୍ତି । ସେହିପରି ୧୧,ଠ୪୫ ଅନୁସୂଚିତ ଜାତି (ଏସ୍ସି) ଛାତ୍ରଛାତ୍ରୀ ଏବଂ ୧୫,୭୯୨ ଅନୁସୂଚିତ ଜନଜାତି (ଏସ୍ଟି) ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି । ୨ଠ୨ଠ-୨୧ରେ ଓଡ଼ିଶାରେ ମାଧ୍ୟମିକ ସ୍ତରରେ ଡ୍ରପ୍ ଅ ।ଉଟ୍ ହାର ୧୬.ଠ୬% ରହିଥିବାବେଳେ ୨ଠ୧୯-୨ଠରେ ଦେଶରେ ଏହା ୧୬.୧ ପ୍ରତିଶତ ରହିଥିଲା । ଜାତୀୟ ହାର ତୁଳନାରେ ଓଡ଼ିଶାରେ ଡ୍ରପ୍ ଅ।ଉଟ୍ ହାର .ଠ୪ ପ୍ରତିଶତ କମ୍ ରହିଛି ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।
ଅନ୍ୟପକ୍ଷରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି, କରୋନା ପରବ ର୍ୀ ସମୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି । ସ୍କୁଲ୍ ଖୋଲିବା ପରେ ପିଲାମାନେ ବିଦ୍ୟାଳୟକୁ ଅ ।ସିବାକୁ ଅ ।ଗ୍ରହ ପ୍ରକାଶ କରୁନଥିବା ବିଷୟର ତଥ୍ୟ ହସ୍ତଗତ ହୋଇନି । ତେବେ ୨ଠ୧୯-୨ଠ ତଥ୍ୟ ଅନୁସାରେ, ରାଜ୍ୟରେ ମୋଟ୍ ୮୧୬୮ ପିଲା ଅଧାରୁ ପାଠ ଛାଡ଼ିଛନ୍ତି । ଏଥିମଧ୍ୟରେ ନୂଅ ।ପଡ଼ା ଜିଲ୍ଲାରେ ୮୯୬ ଛାତ୍ରଛାତ୍ରୀ ରହିଥିବାବେଳେ କେନ୍ଦୁଝରରେ ୬୮୧, ଗଞ୍ଜାମରେ ୫୮୩, କଳାହାଣ୍ଡିରେ ୫୨୮, ଯାଜପୁରରେ ୪୪୯, ବୌଦ୍ଧରେ ୨୧ ଜଣ ରହିଛନ୍ତି । କୋରାପୁଟ ଜିଲ୍ଲାରେ ମୋଟ୍ ୪୨୮ ଜଣ ଅଧାରୁ ପାଠ ଛାଡ଼ିଥିବା ପିଲା ଅଛନ୍ତି । ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ ସମଗ୍ର ଶିକ୍ଷା ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମମାନ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକମାନଙ୍କୁ ଦାୟିତ୍ୱ ଦିଅ ।ଯାଇଥିବା ମନ୍ତ୍ରୀଙ୍କ ଉ ରରେ ଉଲ୍ଲେଖ ରହିଛି ।
ତେବେ କରୋନା ମହାମାରୀ ସମୟରେ ଅନ୍ଲାଇନ୍ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଅ।ଯାଉଥିବାବେଳେ ବହୁ କମ୍ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟଫୋନ୍ ଉପଲବ୍ଧ ଅଛି । ବିଧାୟିକା କୁସୁମ ଟେଟେଙ୍କ ଅନ୍ୟଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ରାଜ୍ୟରେ ମୋଟ୍ ୨୮.୮୭ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ସୁବିଧା ରହିଛି । ୨ଠ୨ଠ ସେପ୍ଟେମ୍ବର ମାସରେ ପ୍ରଥମ ଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍ମାର୍ଟ ଫୋନ୍ ଉପଲବ୍ଧତାକୁ ନେଇ ହୋଇଥିବା ସର୍ଭେରୁ ଏହି ତଥ୍ୟ ଅ ।ସିଛି । ଖୋର୍ଦ୍ଧା ଜିଲ୍ଲାରେ ୪୫.୮ଠ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ଥିବାବେଳେ କନ୍ଧମାଳ ଜିଲ୍ଲାରେ ୧୩.୩୮ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପାଖରେ ଏହି ସୁବିଧା ରହିଛି । ସେହିପରି ବିଧାୟିକା କୁସୁମ ଟେଟେଙ୍କ ଅନ୍ୟଏକ ପ୍ରଶ୍ନର ଉ ରରେ ମନ୍ତ୍ରୀ ଦର୍ଶାଇଛନ୍ତି, କୋଭିଡ୍ ସମୟରେ ୟୁଟ୍ୟୁବ୍ ଜରିଅ ।ରେ ଶିକ୍ଷାଦାନ ପାଇଁ ଯେଉଁ ଉଦ୍ୟମ ହୋଇଥିଲା, ସେଥିରେ ରାଜ୍ୟରେ ହାରାହାରି ୩୩.୫୨% ପିଲା ଶିକ୍ଷା ଗ୍ରହଣରେ ସଫଳ ହୋଇଥିଲେ ।