ଦେଶରେ ସଂକ୍ରମଣ ସହ ପଜିଟିଭ ରେଟ୍‌ ବଢ଼ିଲା

0
185
ଓଡିଶା ରେ ୫୯ ଟି H3N2 ମାମଲା
ଓଡିଶା ରେ ୫୯ ଟି H3N2 ମାମଲା

ନୂଆଦିଲ୍ଲୀ: ପୁଣିଥରେ ଦେଶରେ ଉପର ମୁହାଁ ହୋଇଛି କରୋନାର ଦୈନିକ ସଂକ୍ରମଣ। ତଥାପି ଏହା ୩ ଲକ୍ଷ ତଳେ ରହିଛି। ହେଲେ ଦେଶରେ ଟେଷ୍ଟ ପଜିଟିଭିଟି ରେଟ ୧୯% ପାର କରିବା ସମସ୍ତଙ୍କ ଚିନ୍ତା ବଢ଼ାଇଛି। ପଜିଟିଭିଟି ବଢ଼ିବା ଅର୍ଥ କମ ଟେଷ୍ଟିଂରେ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହେଉଛି।

ଗତ ୨୪ ଘଣ୍ଟାରେ ମୋଟ ୨,୮୬,୩୮୪ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ଗତକାଲି ତୁଳନାରେ ୦.୧% ଅଧିକ। ସଂକ୍ରମଣ ସାମାନ୍ୟ ବଢ଼ିଥିଲେ ମଧ୍ୟ କ୍ରମାଗତ ୩ ଦିନ ଧରି ଏହା ୩ ଲକ୍ଷ ତଳେ ରହିଛି। ଦେଶର ପଜିଟିଭିଟି ରେଟ ଦିନକ ମଧ୍ୟରେ ୧୬.୧୦%ରୁ ୧୯.୫୯%କୁ ବୃଦ୍ଧି ପାଇଛି। ସାପ୍ତାହିକ ପଜିଟିଭିଟି ରେଟ ୧୭.୭୫% ରହିଛି। ୨୪ ଘଣ୍ଟାରେ ୧୪,୬୨,୨୬୧ଟି ନମୁନା ସାରା ଦେଶରେ ପରୀକ୍ଷା କରାଯାଇଥିଲା।

ଗୋଟିଏ ଦିନରେ କରୋନାର ଭାଇରସ ଆଉ ୫୭୩ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୯୧,୭୦୦କୁ ବୃଦ୍ଧି ପାଇଛି। ଦେଶରେ ମୃତ୍ୟୁହାର ୧.୨୨%। ଦିନକରେ କରୋନାକୁ ୩,୦୬,୩୬୭ ଜଣ ମାତ ଦେଇଛନ୍ତି। ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୭୬,୭୭,୨୩୮ରେ ପହଞ୍ଚି ଯାଇଛି। ଆରୋଗ୍ୟ ହାର ୯୩.୩୩% ରହିଛି। ଏବେ ବିଭିନ୍ନ ହସ୍ପିଟାଲ ଓ ହୋମ ଆଇସୋଲେସନରେ ୨୨,୦୨,୪୭୨ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଗତକାଲି ତୁଳନାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦,୫୪୬ କମିଛି।

ଅନ୍ୟପକ୍ଷରେ ଦେଶରେ ଟିକାକରଣ ମଧ୍ୟ ଜୋରଦାର ଚାଲିଛି। ଏଯାଏ ୧୬୩.୮୪ ଡୋଜ୍‌ର ଟିକାକରଣ ହୋଇ ସାରିଲାଣି। ଦେଶର ୭୨% ପ୍ରାପ୍ତ ବୟସ୍କ କରୋନା ଟିକାର ଦୁଇଟି ଯାକ ଡୋଜ୍‌ ନେଇଛନ୍ତି। ସେହିପରି ୧୫ରୁ ୧୮ ବର୍ଷ ବର୍ଗରେ ଥିବା ୫୨% ପିଲାଙ୍କୁ କରୋନା ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି।

Also Read  Odisha: 602 fresh Covid +Ve Cases & 7 deaths registered

LEAVE A REPLY

Please enter your comment!
Please enter your name here