ଜାମିନ ନାମଞ୍ଜୁର ପରେ ଜୁଲାଇ ୧୩ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ଗଲେ ‘ବଡ଼ ଖବର’ ସଂପାଦକ ଅର୍ଦ୍ଧେନ୍ଦୁ ଦାସ

0
360
bail-denied bada-khabar-editor-ardhendu-das-went-to-jail

ଭୁବନେଶ୍ୱର: ଘରୋଇ ନ୍ୟୁଜ ଚ୍ୟାନେଲ ‘ବଡ଼ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ଜାମିନ ନାମଞ୍ଜୁର ପରେ ଜୁଲାଇ ୧୩ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ସଂପାଦକ ଅର୍ଦ୍ଧେନ୍ଦୁ ଦାସ । ସୂଚନାଯୋଗ୍ୟ, ଦିଲ୍ଲୀର ଜନୈକ ବ୍ୟବସାୟୀ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)ରେ ତାଙ୍କ ବିରୋଧରେ ଠକେଇ ମାମଲା ରୁଜ୍ଜୁ କରିବା ପରେ ଆଜି ସକାଳୁ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଥିଲା ପୁଲିସ୍। ଅର୍ଦ୍ଧେନ୍ଦୁ ଦାସ ଗିରଫ ହେଲା ପରେ ଇଓଡବ୍ଲୁ ପକ୍ଷରୁ ତାଙ୍କୁ ପଚରାଉଚରା କରାଯାଇଥିଲା । ଏହାପରେ ଆଜି ତାଙ୍କୁ ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ତାଙ୍କର ଜାମିନ ନାମଞ୍ଜୁର ହେବା ପରେ ଅଦାଲତ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଥିଲେ। ଇଓଡବ୍ଲୁ ଓ କମିସନରେଟ ପୁଲିସରେ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ୪ଟି ମାମଲା ରହିଛି।

ସୂଚନା ଅନୁସାରେ, କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା ନିକଟରେ ଦିଲ୍ଲୀର ଜଣେ ବ୍ୟବସାୟୀ ଗଗନଦ୍ୱୀପ ସିଂ ଚାୱଲା ଅଭିଯୋଗ କରିଥିଲେ, ଟିଭି ଚ୍ୟାନେଲ ଖୋଲିବା ପାଇଁ ଅର୍ନ୍ଧେନ୍ଦୁ , ବୈଦୁତିକ ସରଞ୍ଜାମ ବାବଦରେ କୋଟିଏ ୪୭ ହଜାର ଟଙ୍କାର ସାମଗ୍ରୀ ନେଇଥିଲେ କିନ୍ତୁ କେବଳ ୧୦ ଲକ୍ଷ ଟଙ୍କା ହିଁ ଦେଇଥିଲେ । ୨୦ ମାସ ଧରି ଟଙ୍କା ନ ପାଇବା ଫଳରେ ସେ କ୍ରାଇମବ୍ରାଂଚର ଦ୍ୱାରସ୍ତ ହୋଇଥିଲେ । ଏହି ମାମଲାରେ ଅର୍ନ୍ଧେନ୍ଦୁ କହୁଛନ୍ତି ଗଗନଦୀପ ନକଲି ଜିନିଷ ଦେଇଥିଲେ ଏବଂ ସାମଗ୍ରୀର ଦରକୁ ନେଇ ବିବାଦ ରହିଥିଲା । ସେହିପରି ଆଉ ଏକ ମାମଲା ହୋଇଛି କଟକ ପୁରୀ ଘାଟ ଥାନାରେ । ପ୍ଲାଏ ବାବଦରେ ୬ ଲକ୍ଷ ୫୯ ହଜାର ଟଙ୍କା ଦେଇନାହାନ୍ତି ବୋଲି ଅଭିଯୋଗ ହୋଇଛି । ସେପଟେ ଯେଉଁ ଘରେ ଟିଭି ଚ୍ୟାନେଲ ଚାଲିଥିଲା ସେହି ଘରର ୫ଲକ୍ଷ ୮୫ ହଜାର ଟଙ୍କା ଭଡା ଦେଇନଥିବାରୁ ଘର ମାଲିକ ଗୋଟିଏ କେସ୍ କରିଛନ୍ତି । ଏମିତି ଅର୍ନ୍ଧେନ୍ଦୁଙ୍କ ବିରୋଧରେ ୪ଟି କେସ୍ ରୁଜୁ ହୋଇଛି ।

Also Read  Odisha cancels beer bottling plant after protests