ବଡ ଭାଇର ମୃତ୍ୟୁ ଖବର ଶୁଣି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲା ସାନ ଭାଇ

0
454
younger-brother-tried-to-commit-suicide-after-hearing-the-news-of-the-elder-brothers-death

ପାଟଣାଗଡ଼: ବଡ ଭାଇର ମୃତ୍ୟୁ ଖବର ଶୁଣି ଦୁଃଖରେ ମିୟମାଣ ହୋଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି ସାନ ଭାଇ । ପାଟଣାଗଡ଼ ଉପଖଣ୍ଡର ବେଳପଡା ବ୍ଲକ ଅନ୍ତର୍ଗତ କୁମାରଖୋନ ଗାଁରେ ଏଭଳି ଏକ ଭ୍ରାତୃ ପ୍ରେମର ନିଛକ ଛବି ଦେଖିବାକୁ ମିଳିଛି। ବଡ ଭାଇ ଦୀପକ ପୁଟେଲଙ୍କ ମୃତ୍ୟୁ ଖବର ଶୁଣି ସାନ ଭାଇ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଛି।

ବୁଧବାର ସନ୍ଧ୍ୟା ସମୟରେ କୁମାରଖୋନ ଗାର ଦୀପକ ପୁଟେଲ ଗାଁ ନିକଟରେ ଥିବା ଛେଳିଆ ଡ୍ୟାମକୁ ମାଛ ଧରିବାକୁ ଯାଇଥିଲା । ମାଛ ଧରିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ଗୁରୁବାର ସକାଳେ ଡ୍ୟାମରେ ଦୀପକର ମୃତ ଦେହ ଭାସୁଥିବା ଦେଖି ପରିବାର ଲୋକେ ପହଞ୍ଚି ଉଦ୍ଧାର କରିଥିଲେ । ସାନ ଭାଇ ବିଶ୍ୱଜିତ ପୁଟେଲ ବଡ଼ ଭାଇର ମୃତ୍ୟୁ ହୋଇଥିବା ଦେଖି ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲା । ବିଶ୍ୱଜିତଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାରେ ପରିବାର ଲୋକ ଭର୍ତ୍ତି କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ ବେଳପଡା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

Also Read  ମା ସଲମା ଖାନ ଙ୍କ କୋଳ ରେ ସଲମାନ ଖାନ