ନ୍ୟୁଡ୍ ଫଟୋସୁଟ୍‌କୁ ନେଇ ଫସିଲେ ରଣବୀର, ଅଗଷ୍ଟ ୨୨ରେ ହାଜର ହେବାକୁ ସମନ୍ ଜାରି କରିବ ମୁମ୍ବାଇ ପୋଲିସ

0
567
mumbai-police-to-issue-summons-to-actor-ranveer-singh

ମୁମ୍ବାଇ : ନ୍ୟୁଡ୍ ଫଟୋସୁଟ୍‌କୁ ନେଇ ରଣବୀର ସିଂହଙ୍କ ଅଡୁଆ ବଢିବାକୁ ଯାଉଛି। ବଲିଉଡ୍ ଅଭିନେତା ରଣବୀର ସିଂଙ୍କୁ ଜାରି ହୋଇଛି ସମନ୍ । ଅଗଷ୍ଟ ୨୨ରେ ହାଜିର ହେବାକୁ ସମନ୍ ଜାରି କରିବ ମୁମ୍ବାଇ ପୋଲିସ । ନଗ୍ନ ଫଟୋ ସୁଟ୍କୁ ନେଇ ଅଗଷ୍ଟ ୧୬ରେ ସମନ୍ କରିବ ମୁମ୍ବାଇର ଚେମ୍ବୁର ପୋଲିସ । ଗତ ମାସରେ ରଣବୀର ଏହି ଫଟୋସୁଟ୍ ପାଇଁ ଅନେକ ଚର୍ଚ୍ଚାରେ ରହିଥିଲେ। ସୋସିଆଲ ମିଡିଆରେ ରଣବୀର ସିଂଙ୍କ ନଗ୍ନ ଫଟୋ ଭାଇରାଲ ହୋଇଥିଲା। କେବଳ ଏତିକି ନୁହେଁ ଅଭିନେତାଙ୍କ ବିରୋଧରେ ଅନେକ ଅଭିଯୋଗ ମଧ୍ୟ ପଞ୍ଜିକୃତ ହୋଇଥିଲା।

ଏହାକୁ ନେଇ ତାଙ୍କ ବିରୋଧରେ ଚେମ୍ବୁର ଥାନାରେ ଅଭିଯୋଗ ହୋଇଥିଲା। ଏକ ଏନଜିଓର ଜଣେ କର୍ମଚାରୀ ଅଭିଯୋଗ କରିଥିଲେ । ଏହି ଫଟୋ ମହିଳାଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ରଣବୀରଙ୍କ ବିରୋଧରେ ଆଇପିସିର ଏକାଧିକ ଧାରାରେ ମାମଲା ରୁଜୁ କରିଥିଲା ପୋଲିସ । ଏକ ମାଗାଜିନ୍କୁ ନିଜର ନଗ୍ନ ଫଟୋ ଦେଇଥିଲେ ରଣବୀର ସିଂ ।

Also Read  Ranveer Singh preps with Kapil Dev for '83'