କୌଣସି ଏଜେନ୍ସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ କରିପାରିବେନି : ପିନାକୀ

0
179

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ ଶୁକ୍ରବାର ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ସୋମବାର ମୁହଁ ଖୋଲିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର‌। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସ୍ୱାର୍ଥ ରାଜନୀତି ଚାଲିଥିବା ସେ କହିଛନ୍ତି। ଯାହାକୁ ପୁରୀ ବାସୀ ଠିକ ବୁଝି ସାରିଛନ୍ତି। ତେବେ ଏହାର ଜବାବ ଆଗାମୀ ଦିନରେ ପୁରୀ ବାସୀ ଦେବେ।

ମହାପ୍ରଭୁଙ୍କ ଇଚ୍ଛା ଯୋଗୁ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଦୁନିଆର କୌଣସି ସ୍ୱାର୍ଥପର ଏଜେନ୍ସି, ବ୍ୟକ୍ତି ବିଶେଷ ଏହି ପ୍ରକଳ୍ପ କାର୍ଯ୍ୟ ରୋକି ପାରିବେନି। ଏହି କାର୍ଯ୍ୟ ଆଇନ କି ବେଆଇନ ଭାବେ ହେଉଛି ତାହା କୋର୍ଟରେ ମାମଲା ଥିବା ବେଳେ ଏ ନେଇ ସେ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି କହିଛନ୍ତି। ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନେଇ କୌଣସି ରୋକ ନାହିଁ। ମହାପ୍ରଭୁଙ୍କ ଇଛା ଓ ପୁରୀ ବାସୀଙ୍କ ସହଯୋଗ ଯୋଗୁ ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି ବୋଲି ପିନାକୀ କହିଛନ୍ତି।

Also Read  ଶ୍ରୀଲଙ୍କା ଭଳି ହୋଇପାରେ ବାଂଲାଦେଶର ଅବସ୍ଥା !

LEAVE A REPLY

Please enter your comment!
Please enter your name here