ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ କାଳି ମାଡ଼

0
161

ପୁରୀ : ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ଦୀର୍ଘ ଦିନ ଧରି ମାମଲା ଚାଲିଛି । ତେବେ ଶନିବାର ପୁରୀ ସାଂସଦ ପୁରୀ ଗସ୍ତରେ ଆସିଥିବା ବେଳେ ତାଙ୍କୁ କାଳି ମାଡ ସହିତ କଳା ପତାକା ପ୍ରଦର୍ଶନ ହୋଇଛି । ଆଉ ଏପରି କରିଛନ୍ତି କିଛି ଛାତ୍ର କଂଗ୍ରେସ କର୍ମୀ । ଛାତ୍ର କଂଗ୍ରେସ କର୍ମୀ କାଳିମାଡ କରିଥିବା ନେଇ ଦାବି କରିଛନ୍ତି । କହିଛନ୍ତି, ପୁରୀର ଜନସାଧାରଣଙ୍କ ପାଇଁ ସାଂସଦ କାମ କରନ୍ତୁ ନଚେତ ଆଗାମୀ ଦିନରେ ଆହୁରି ଆନ୍ଦୋଳନ ତୀବ୍ର ହେବ ବୋଲି କହିଛନ୍ତି । ପୁରୀରେ ଅନେକ ସ୍କୁଲ ଓ କଲେଜରେ ଶିକ୍ଷକ ଓ ଅଧ୍ୟାପକ ନାହାନ୍ତି। ମେଡିକାଲରେ ଡାକ୍ତର ନାହାନ୍ତି।

ବସ୍ତି ବାସିନ୍ଦା ଆଜି ବି ତାଙ୍କର ପରିଚୟ ପାଇପାରୁ ନାହାନ୍ତି। ସରକାର ଜାଗା ମିଶନ କରି ଦେଲେ ହେଲେ ସାଂସଦ କେବେ ଯାଇ ସେମାନଙ୍କ ସ୍ଥିତି ପରିସ୍ଥିତି ବୁଲି ଦେଖିଲେ ନାହିଁ । ପୁରୀର ୭୦ ପ୍ରତିଶତ ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନରେ ଅନ୍ତର୍ଭୁକ୍ତ କରାଯାଉନି। ଯୋଜନା ମାଳ ମାଳ ହେଲେ ବିକାଶ ଜ଼ିରୋ। ଗାଁ ଗଣ୍ଡାରେ ଆଜି ବି ୨୫ ବର୍ଷ ବିଜେଡି ସରକାର ଅମଳରେ ଏବଂ ସାଂସଦଙ୍କ ସମୟରେ ଏବେ ବି ଅନେକ ଗ୍ରାମରେ ଗ୍ରାମ୍ୟ ସଡକ ଯୋଜନା, ଆବାସ ଯୋଜନା ଏବଂ ଅନ୍ୟ ବିଭିନ୍ନ ଯୋଜନାରୁ ଆଜିବି ବଞ୍ଚିତ ପୁରୀ ବାସିନ୍ଦା ବୋଲି ଛାତ୍ର କଂଗ୍ରେସ କହିଛି। ଛାତ୍ର କଂଗ୍ରେସ ଏଭଳି ଚେତାବନୀ ଦେବା ସହ ଆଗାମୀ ଦିନରେ ଅଣ୍ଡା ମାଡ ହୋଇପାରେ ବୋଲି ଚେତାବନୀ ଦେଇଛି।

Also Read  ATM ଲୁଟ ଘଟଣା: ଦୟାନଦୀ ପଠାରୁ ମିଳିଲା ଏଟିଏମ୍ ମେସିନ୍, ଟଙ୍କା ଲୁଟିବା ପରେ ମେସିନ ଫୋପାଡି ଫେରାର ଲୁଟେରା

LEAVE A REPLY

Please enter your comment!
Please enter your name here