ଆଜିଠୁ ଟ୍ୱିନ୍‌ସିଟିରେ ରାତି ୮ରୁ କର୍ଫ୍ୟୁ, ଅମାନିଆଙ୍କୁ ସାବାଡ଼ କରିବ ପୋଲିସ

0
615
ଜାନୁଆରୀ ୧ ଠାରୁ ନାଇଟ କର୍ଫ୍ୟୁ; ଜାଣି ରଖନ୍ତୁ, କେଉଁମାନେ କଟକଣାମୁକ୍ତ
ଜାନୁଆରୀ ୧ ଠାରୁ ନାଇଟ କର୍ଫ୍ୟୁ; ଜାଣି ରଖନ୍ତୁ, କେଉଁମାନେ କଟକଣାମୁକ୍ତ

ଆଜିଠୁ ଟ୍ୱିନ୍‌ସିଟିରେ ରାତି ୮ରୁ କର୍ଫ୍ୟୁ

ଟ୍ୱିନ୍‌ସିଟି ଭୁବନେଶ୍ୱର ଓ କଟକ ସହରରେ ଆଜିଠୁ କଡ଼ାକଡ଼ି ହେବ ନାଇଟ୍ କର୍ଫ୍ୟୁ। ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ଟ୍ୱିନସିଟିରେ ରାତି ୮ଟାରୁ ଭୋର୍ ୫ଟା ଯାଏଁ ପୁଣି ନାଇଟକର୍ଫ୍ୟୁ ଲାଗୁ ହେବାକୁ ଯାଉଛି। ସଂକ୍ରମଣ ବଢ଼ୁଥିବା ବେଳେ ପାର୍ବଣ ଯୋଗୁ ବଜାରରେ ଭିଡ଼ ଜମିଲେ ସ୍ଥିତି ସଂଗୀନ ହେବା ଆଶଙ୍କା କରି ପୋଲିସ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତେବେ ପାର୍ବଣ ବେଳେ ଅଯଥା ଭିଡ଼ ନକରିବାକୁ ଓ କରୋନା ଗାଇଡଲାଇନ୍ସ ଠିକ୍ ଭାବେ ଅନୁପାଳନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ନଚେତ ଅମାନିଆଙ୍କୁ ସାବାଡ଼ କରିବ ପୋଲିସ।

ଏହି ସମୟରେ ଲୋକମାନେ ନିୟମ ପାଳନରେ ସହଯୋଗ କରିବାକୁ ପୋଲିସ କମିଶନର ଅପିଲ୍ କରିଥିଲେ।  ତେବେ ଏହି କଟକଣା ନମାନିଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ। ବିଶେଷ କରି ରେଭ୍ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରହିବ। ବାର୍ ଉପରେ କାର୍ଯ୍ୟାନୁଷ୍ଠାନ ସହ ଏଥିରେ ସଂଶ୍ଳିଷ୍ଟ ଯୁବକଯୁବତୀଙ୍କୁ ମଧ୍ୟ ଧରାହେଉଛି ବୋଲି କହିଛନ୍ତି ପୋଲିସ କମିଶନର।

ରାଜଧାନୀରେ ବଢୁଥିବା ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ଦୈନିକ ସଂକ୍ରମଣର ୪୦% କେବଳ ଭୁବନେଶ୍ୱରରୁ ଆସୁଛି। ସଚେତନ କରାଇବା ସତ୍ତ୍ୱେ ହାଟ ଓ ବଜାରରେ ପ୍ରବଳ ଭିଡ଼ ହେଉଛି। ଭୁବନେଶ୍ୱରରେ ସଂକ୍ରମଣ ଉପରମୁହାଁ ହୋଇଥିବା ନଜିର ସାମ୍ନାକୁ ଆସିଛି। ଲୋକମାନେ ସଚେତନ ହେଉ ନଥିବାରୁ କଟକଣା ବଢ଼ାଇବାକୁ କୁହାଯାଇଛି। ଭିଡ଼ ରୋକିବାକୁ ପ୍ଲାନ କରିବାକୁ କମିଶନରେଟ୍ ପୋଲିସକୁ କୁହାଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୦୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କଟକ- ୪୮ ଚିହ୍ନଟ ହୋଇଛନ୍ତି।

Also Read  ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

LEAVE A REPLY

Please enter your comment!
Please enter your name here